ଦେଶରେ ୪ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ଚିନ୍ତା ବଢ଼ାଉଛି କୋଭିଡର ନୂଆ ସବ ଭାରିଆଣ୍ଟ ଜେଏନ-ଡଟୱାନ । ସାରା ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ରା ୪ହଜାର ୫୪ରେ ପହଂଚିଛି । ଗତ ୨୪ଘଂଟାରେ ୬୨୮ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ହଜାର ପାର କରିଛି । ଏହାସହ କେରଳର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ମହାରାଷ୍ଟ୍ରର ଥାଣେରୁ ୫ଜଣଙ୍କ ନମୂନାରେ ନୂଆ ଭାରିଆଣ୍ଟ ଜେଏନ-ଡଟ୍ୱାନ ଚିହ୍ନଟ ହୋଇଛି । ନଭେମ୍ବର ୩୦ପରେ ଟେଷ୍ଟ କରାଯାଇଥିବା ୨୦ଟି ନମୂନାରୁ ୫ଟି ଜେଏନ-ଡଟ୍ୱାନ ପଜିଟିଭ ଚିହ୍ନଟ ହୋଇଛି । ରବିବାର ଦିନ ୬୫୬ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶନିବାର ଦିନ ୭୫୨ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *