ଦେଶ ପାଇଁ କାହିଁ କେତେ ଯେ ବଳିଦାନ ଦେଇ ଯାଇଛନ୍ତି କେତେ ମହାପୁରୁଷ ଓ ମହାତ୍ମାମାନେ । କିନ୍ତୁ ସେହି ମହାପୁରୁଷଙ୍କ ନାଁର ମାନ ରଖୁନାହାନ୍ତି ଏ ସମାଜର କିଛି ଘୃଣ୍ୟ ବ୍ୟକ୍ତିତ୍ୱ ।ମହାପୁରୁଷଙ୍କ ନାଁକୁ ବିକୃତ କରାଯାଉଛନ୍ତି । ଓଡିଶା ଇତିହାସର ପ୍ରଚଣ୍ଡ ବାଗ୍ମୀ,ସାହିତ୍ୟିକ,ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ,ସଂଗ୍ରାମୀ ଏବଂ ଭଦ୍ରକ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଅସମ୍ମାନ କରାଯାଇଛି । ଭଦ୍ରକ ଧାମନଗରର ଏକ ପ୍ରାଥମିକ ବିଦ୍ୟାଳୟର କାନ୍ଥରେ ଲେଖା ହୋଇଛି ହରେକୃଷ୍ଣ ମହାନ୍ତି । ତାଙ୍କ ଫଟୋ ତଳେ ତାଙ୍କ ନାଁକୁ ଏପରି ଲେଖା ହୋଇଛି । ବୁଦ୍ଧିଜୀବୀ ଓ ଲୋକଙ୍କ ପ୍ରତିକ୍ରିୟା ଏବଂ ଅସନ୍ତୋଷ ପରେ ସେହି ନାଁ ଉପରେ ରଙ୍ଗ ବୋଳ୍ୟାାଇ ପୁଣି ଥରେ ମହତାବ ଲେଖି ତ୍ରୁଟିକୁ ସଂଶୋଧନ କରାଯାଇଛି ।

You can share this post!
author
Related Articles
ଗୀତ ମାଧ୍ୟମରେ ପାଠ ପଢାଉଛନ୍ତି ଶିକ୍ଷକ
- February 2, 2024
ବାବା ସାଜିଛି ଯୌନ ରାକ୍ଷାସ
- January 12, 2024