ଦେଶର ୧୫୦୦ ସିନେମା ହଲ ଏବଂ ୨୨୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି ଏକ ପଲିଟିକାଲ ଡ୍ରାମା ଷ୍ଟୋରୀ ଆର୍ଟିକିଲ ୩୭୦ । ଏହି ଫିଲ୍ମଟି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ ଆଧାରିତ ହୋଇଛି । ୨୦୧୯ ଅଗଷ୍ଟ ୫ ରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଯାହା ପରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପରିବର୍ତ୍ତେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇଥିଲା । ଏପରିକି ଲଦାଖ ମଧ୍ୟ ଜମ୍ମୁ କାଶ୍ମୀରରୁ ଅଲଗା ହୋଇ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା । ଯାହାକୁ ନେଇ ଏବେ ଆର୍ଟିକିଲ ୩୭୦ ଫିଲ୍ମଟି ପ୍ରସ୍ତୁତ କରାଯାଇଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ବିଜେତା ଆଦିତ୍ୟ ସୁହସ ଜାମ୍ବଲେ । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ୟାମି ଗୌତମ, ପ୍ରିୟମଣି ଏବଂ ଅରୁଣ ଗୋଭଲି ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025