ବର ବେଶରେ ବିଜେଡି ନେତା ମନ୍ମଥ ରାଉତରାୟ । ପୁଣି ଥରେ ହାତକୁ ଦି ହାତ ହୋଇଛନ୍ତି ମନ୍ମଥ । ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମନ୍ମଥ । ନିଜ ପ୍ରେମିକା ରୋଜାଲିନଙ୍କ ସହ ହାତ ଗଣ୍ଠି ପକାଇ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଭେଟେରାନ ନେତା ସୁରେଶ ରାଉତାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ମନ୍ମଥ ଏବଂ ରୋଜାଲିନଙ୍କ ବିବାହ ସମ୍ପନ୍ନ ହୋଇଛି । ତେବେ ମନ୍ମଥଙ୍କ ଦ୍ୱିତୀୟ ପତ୍ନୀ ରୋଜାଲିନ ପଟ୍ଟନାୟକ ପେଶାରେ ଜଣେ ବ୍ୟାଙ୍କର ଥିବା ଜଣାପଡିଛି । ସେ ପଟିଆ ଅଞ୍ଚଳର ହୋଇଥିବା ବେଳେ ମୁମ୍ବାଇରେ ଚାକିରୀ କରନ୍ତି । ତେବେ ଗତକାଲି ଭୁବନେଶ୍ୱର ସ୍ଥିତ ଚନ୍ଦକା ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ମନ୍ମଥଙ୍କ ଏହି ନୂଆ ଅଧ୍ୟାୟ ଆରମ୍ଭରେ ତାଙ୍କ ବାପା ସୁରେଶ ରାଉତରାୟ, ମାଆ ମାଳତୀ ରାଉତରାୟ ଏବଂ ଭିଣୋଇ ପ୍ରସାଦ ହରିଚନ୍ଦନ ଉପସ୍ଥିତ ରହିଥିବା ବେଳେ ହାତ ଗଣତି ବନ୍ଧୁ ପରିଜନ ଉପସ୍ଥିତ ରହିଥିଲେ ।

You can share this post!
author