ଦ୍ୱିତୀୟ ଦିନରେ ବି ଜାରି ରହିଛି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ସମ୍ବଲପୁରର ବାଣିପାଲିରେ ଥିବା ଘରେ ରେଡ୍ ଚାଲିଥିବା ଜଣାଯାଇଛି।
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଗତକାଲି ଇଡିର ଅଧିକାରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଥିଲେ ବୋଲି ସୂଚନା ରହିଛି। ଆଜି ସକାଳୁ ସକାଳୁ ପୁଣି ଚଢ଼ାଉ ଜାରି ରହିଛି।
କ୍ଷୀରୋଦ ମଲ୍ଲିକ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ। ହେଲେ ତାର ପରିଷଦ କରିନଥିଲେ। ଏଥିସହ କ୍ଷୀରୋଦ ଚଲାଇଥିବା ବିଶ୍ୱ ଏନଜିଓ ୨୩୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ଠକେଇ ଟଙ୍କା ଚଳିତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ସୂଚନା ମିଳଥିଲା। ଏହି ତଥ୍ୟ ମିଳିବା ପରେ ଇଡି ଖୋଳତାଡ଼ ଆରମ୍ଭ କରିଛି।