ଗତ ଏପ୍ରିଲ ୨୨ ତାରିଖର ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଉଭୟ ଦେଶ ମଧ୍ୟରେ ପରମାଣୁ ବୋମା ବିସ୍ଫୋରଣ ନେଇ ଚର୍ଚ୍ଚା ବି ଚାଲିଛି । ପରମାଣୁ ଅସ୍ତ୍ରରେ ପାକିସ୍ତାନ ଠାରୁ ଭାରତ ପଛରେ ପଡିଯାଇଥିବା ବେଳେ ପରମାଣୁ ଅସ୍ତ୍ର ବ୍ୟବହାର ନେଇ ପାକିସ୍ତାନୀ ନେତା ଧମକ ଦେଉଛନ୍ତି । କିନ୍ତୁ ବିସ୍ଫୋରଣ ହେଲେ ପାକିସ୍ତାନର ପରମାଣୁ ବୋମାର ବଟନ୍ କିଏ ଚିପିବ । ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଶେଷ ନିଷ୍ପତ୍ତି କିଏ ନେବ ? ସେନେଇ ଚର୍ଚ୍ଚା ଚାଲିଛି । କାହିଁକି ନା ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନ ସେନା ପାଖରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାର କ୍ଷମତା ନାହିଁ । କିନ୍ତୁ ଏପଟେ ପାକିସ୍ତାନୀ ନେତାମାନେ ଭାରତ ଉପରେ ପରମାଣୁ ବୋମା ପକାଇବା ନେଇ ଧମକ ଦେଉଛନ୍ତି । ତେବେ ଆସନ୍ତୁ ଏହି ରିପୋର୍ଟରେ ଜାଣିବା ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ କିଏ ନିଷ୍ପତ୍ତି ନେଇଥାନ୍ତି ଏବଂ କାହା ହାତରେ ପରମାଣୁ ବୋମାର ବଟନ୍ ଥାଏ ।
ପାକିସ୍ତାନ ଭାରତ ଭିତରେ ହେବ ବି ପରମାଣୁ ବିସ୍ପୋରଣ ?
ବିସ୍ଫୋରଣ ହେଲେ କିଏ ଚିପିବ ପାକିସ୍ତାନର ପରମାଣୁ ବଟନ୍ ?
ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରୁ କିଏ ନେବେ ଶେଷ ନିଷ୍ପତ୍ତି?
ଗତ ଏପ୍ରିଲ ୨୨ ତାରିଖ ପହଲଗାମ ଆତଙ୍କୀ ଆକ୍ରମଣଠାରୁ ଭାରତ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିଛି । ଏପରିକି ଉଭୟ ଦେଶ ମଧ୍ୟରେ ପରମାଣୁ ବିସ୍ଫୋରଣ ହେବା ନେଇ ଚର୍ଚ୍ଚା ଚାଲିଛି । ଉଭୟ ଦେଶର ସୀମାରେ ସୈନିକ ମାନେ ଆକ୍ଟିଭ ମୋଡରେ ଥିବା ବେଳେ ଯୁଦ୍ଧ ଟ୍ୟାଙ୍କର ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି ପାକିସ୍ତାନ ପରମାଣୁ ବିସ୍ଫୋରଣ କରେ ତେବେ ପାକିସ୍ତାନର ପରମାଣୁ ବୋମାର ବଟନ୍ କିଏ ଚିପିବ । କାହିଁକି ନା ପରମାଣୁ ବୋମା ବିସ୍ଫୋରଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ରାଷ୍ଟ୍ରପତିଙ୍କର ସମ୍ମତି ଆବଶ୍ୟକ ବୋଲି ଜଣାପଡିଛି । ତେଣୁ ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଶେଷ ନିଷ୍ପତ୍ତି କିଏ ନେବେ ସେନେଇ ଚର୍ଚ୍ଚା ଚାଲିଛି ।
ଅନ୍ୟପଟେ ପରମାଣୁ ଅସ୍ତ୍ରରେ ପାକିସ୍ତାନ ଭାରତ ଠାରୁ ଟିକେ ପଛରେ ରହିଛି । ପାକିସ୍ତାନ ପାଖରେ ରହିଛି ପ୍ରାୟ ୧୭୦ଟି ପରମାଣୁ ବୋମା । ସେହିପରି ଭାରତ ପାଖରେ ରହିଛି ୧୮୦ ଟି ପରମାଣୁ ବୋମା । ଯାହାକୁ ଦୃଷ୍ଟିରେ ରଖି ପାକିସ୍ତାନ ନେତାମାନେ ପରମାଣୁ ଧମକ ଦେବା ଆରମ୍ଭ କରିସାରିଲେଣି । କିନ୍ତୁ ପାକ୍ ସେନାଙ୍କ ପାଖରେ ପରମାଣୁ ବୋମା ପକାଇବାର କ୍ଷମତା ନଥିବା ବେଳେ କେବଳ ଭାରତକୁ ଡରାଇବା ପାକିସ୍ତାନୀ ନେତାମାନେ ମିଛ ଧମକ ଦେଉଥିବା ପ୍ରମାଣିତ ହୋଇଛି । ଅନ୍ୟପଟେ ପରମାଣୁ ବୋମା ପକାଇବା ପାଇଁ ଉଭୟ ପାକସ୍ତାନ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କର ମିଳିତ ସହମତି ଆବଶ୍ୟକ । ଯଦି ଜଣେ ଏଥିରୁ ନିବୃତ୍ତ ରୁହନ୍ତି ତେବେ ପରମାଣୁ ଅସ୍ତ୍ର ବ୍ୟବହାର ହୋଇପାରିବ ନାହିଁ ।
ଅନ୍ୟପଟେ, ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ କୌଣିସ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ସିଧାସଳଖ ପରମାଣୁ ବୋମା ବ୍ୟବହାର ନେଇ ନିର୍ଦ୍ଦେଶ ଦେଇନଥାନ୍ତି । ଦେଶର ପ୍ରମୁଖ ନେତାଙ୍କ ପାଖରେ ଏକ ସ୍ମାର୍ଟ କୋର୍ଡ ରହିଥାଏା ଯାହା ବିନା ପରମାଣୁ ବୋମା ନିକ୍ଷେପ କରାଯାଇପାରିବ ନାହିଁ । ଏହା ସହ ପରମାଣୁ ବୋମାର ପ୍ରକୃତ କାମ ଗଠିତ ହୋଇଥିବା ପରମାଣୁ କମାଣ୍ଡୋଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଯାହା ପରମାଣୁ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ କ୍ଷେପଣାସ୍ତ୍ର ନିକ୍ଷେପ କରେ । କିନ୍ତୁ ଆମେରିକା ଏବଂ ଋଷ ରାଷ୍ଟ୍ରପତିଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହଥିବା ଜଣାପଡିଛି ।