ଧରାପଡିଲା ଭୋଟ ପଛର ସତ….ନବୀନ ଖେଳିଲେ ଗେମ୍ ବାଉଳା ମୋହନ !

ଧରାପଡିଲା ଭୋଟ ପଛର ସତ….ନବୀନ ଖେଳିଲେ ଗେମ୍ ବାଉଳା ମୋହନ !

2024 ନିର୍ବାଚନରେ ହୋଇଥିଲା କି ଭୋଟ ଜାଲିଆତି ? ସରକାରକୁ ଆସିବା ପାଇଁ ମାଷ୍ଟର ମାଇଣ୍ଡ ଖେଳିଥିଲା କି ଭାରତୀୟ ଜନତା ପାର୍ଟି ? ଅଧିକା ଭୋଟ ପାଇଲା ବିଜେଡି କିନ୍ତୁ କିପରି ସରକାର ଗଢିଲା ବିଜେପି ? ନିର୍ବାଚନକୁ ଛଅମାସ ବିତିଯାଇଥିଲେ ସୁଦ୍ଧା ଏହିଭଳି କିଛି ପ୍ରଶ୍ନ ଏବେ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି । କାହିଁକିନା 24 ବର୍ଷର ଗଡ ହଠାତ୍ ଏମିତି ଭୁଶୁଡି ପଡିବା କୌଣସି ସାଧାରଣ କଥା ନୁହେଁ । ଏକଥା ଆମେ କହୁନୁ ବରଂ ରାଜନୈତିକ ସମୀକ୍ଷକଙ୍କ ଠାରୁ ଯେ ଓଡିଶାର ସାଧାରଣ ଭୋଟର ମାନେ ମଧ୍ୟ ମତବ୍ୟକ୍ତ କରୁଛନ୍ତି ।

ନିର୍ବାଚନରେ ବିଜୁ ଜନତା ଦଳ ହାରିବା ପରେ ଇଭିଏ ଟାମ୍ପରିଙ୍ଗ ଓ ଭୋଟ ଜାଲିଆତି ଅଭିଯୋଗ ଆଣିଥିଲା ବିରୋଧି ବିଜେଡି । ସାମ୍ୱାଦିକ ସମ୍ମିଳନୀ କରି ଭାରତୀୟ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଥିଲା । କିନ୍ତୁ ଚାରିମାସ ଚୁପ ବସିବା ପରେ ପୁଣିଥରେ ବିଜେଡି ବିଧାୟକ-ସାଂସଦ ମାନେ ଭୋଟ ଜାଲିଆତିକୁ ନେଇ ସ୍ୱର ଉଠାଇଛନ୍ତି ଏବଂ ରାଜ୍ୟସଭା ସାଂସଦ ମାନେ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଦୀର୍ଘ ଛଅମାସ ପରେ ନବୀନଙ୍କ ଏଭଳି ରଣନୀତି ପଛରେ କଣ ଉଦ୍ଦେଶ୍ୟ ରହିଛି ? ନା ନୂଆ ବର୍ଷରେ ନୂଆ ରୂପରେ ଆସିବାକୁ ଯାଉଥିବା ବିଜୁ ଜନତା ଦଳ ଶାସକ ଦଳ ପାଇଁ କିଛି ନୂଆ ଜାଲ ବିଛାଉଛି ?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି 2024 ନିର୍ବାଚନ ବେଳେ ଭୋଟ୍ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ, ତଥ୍ୟ ମିଳୁନଥିବା ନେଇ ଦଳ ଅଭିଯୋଗ କରିଛି। ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ସଂଖ୍ୟାରେ ଗଡବଡ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀ କରି ବିଜେଡି ଦର୍ଶାଇଛି । ବିଜେଡିର ଏପରି ଅଭିଯୋଗ ପରେ ବିଜେପି ଶିବିରରେ ଏକପ୍ରକାର କମ୍ପନ ସୃଷ୍ଟି ହୋଇଛି । ପୁଣିଥରେ ସରକାରକୁ ଆସିବା ପାଇଁ ଏବେ ପର୍ଯ୍ୟନ୍ତ ବି ନବୀନ ନିବାସରେ ଅଙ୍କ କଶୁଛନ୍ତି ନବୀନ ପଟ୍ଟନାୟକ ଯାହା ଧୀରେ ଧୀରେ ସଫଳ ହେଉଥିବାର ମଧ୍ୟ ଦେଖାଯାଉଛି । ତେବେ ପ୍ରକୃତରେ ବିଜେପି ବିରୁଦ୍ଧରେ ନବୀନ କରୁଥିବା ଏହି ରଣନୀତି କେତେ କାମ ଦେଉଛି ପୁଣିଥରେ କ୍ଷମତା ଆସନରେ ବସିବାରେ ବିଜେଡି ସଫଳ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *