ଧରାପଡିଲା ସତ ତଡା ଖାଇବେ ମୋହନ

ଧରାପଡିଲା ସତ ତଡା ଖାଇବେ ମୋହନ

ମୋଦିଙ୍କ ଫୋକସରେ ଓଡିଶା ଖୁବଶୀଘ୍ର ହେବାକୁ ଯାଉଛି ବଡ ପରିବର୍ତ୍ତନ । ତୁହାକୁ ତୁହା ଦିଲ୍ଲୀରୁ ଓଡିଶା ଗସ୍ତ କରୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଜଣେ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କେତେବେଳେ ଓଡିଶାରେ ପହଞ୍ଚୁଛନ୍ତି ତ ଆଉ କେତେବେଳେ ମୋଦିଙ୍କ ପିଏମଓର ଦୁଇ ଟପ ଅଫିସର ଓଡିଶାରେ ଡେରା ପକାଇଛନ୍ତି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ 10 ମାସରୁ ଅଧିକା ସମୟ ବିତିଯାଇଛି ହେଲେ ସରକାର ଠିକ ଢଙ୍ଗରେ କ୍ରିୟାଶୀଳ ନହେବା ମୋଦିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେଥିପାଇଁ ତ ବାରମ୍ୱାର କାହାକୁ ନା କାହାକୁ ଓଡିଶା ଗସ୍ତରେ ପଠାଉଛନ୍ତି ପ୍ରଧାନମନ୍ତ୍ରୀ ।

ଯଦି ଦେଖିବା ଏଇ ଏବେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓଡିଶାରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ କରିବା ନିମନ୍ତେ ଓଡିଶା ଗସ୍ତରେ ଆସିଥିଲେ । ଆୟୁଷ୍ମାନ କାର୍ଡର ଶୁଭାରମ୍ଭ କରିବା ସହିତ ବିଜେପି ବିଧାୟକ ଓ ମନ୍ତ୍ରୀ ସାଂସଦଙ୍କୁ ଦେଇଥିଲେ ଗୁରୁମନ୍ତ୍ର । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଜେପିନଡ୍ଡାଙ୍କ ଗସ୍ତର ଠିକ କିଛି ଦିନ ପରେ ଏବେ ପୁଣି ଓଡିଶା ଗସ୍ତରେ ଆସିଛନ୍ତି ପିଏମଓର ଦୁଇ ଟମ ଅଫିସର ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ ସମ୍ୱଲପୁର ଗସ୍ତରେ ରହିଛନ୍ତି । ଏହାପରେ ଆଇ ଆଇ ଏମର ସମାବର୍ତ୍ତନରେ ଯୋଗଦେବେ ପିକେ ମିଶ୍ର । ଗତକାଲି ସନ୍ଧ୍ୟାରେ ସମଲଶ୍ୱେରୀ ମାଆଙ୍କ ଦର୍ଶନ କରିଥିଲେ ପିକେ ମିଶ୍ର ଏବଂ ଆଜି କେନ୍ଦୁଝର ଗସ୍ତରେ ଯାଇ ମାଆ ତାରିଣୀଙ୍କ ଦର୍ଶନ କରିବେ ଶକ୍ତିକାନ୍ତ ଦାସ ।

କୁହାଯାଉଛି କି ମୋଦିଙ୍କ ଏହି ଦୁଇ ଆଖି ମୋହନ ସରକାରର ଷ୍ଟ୍ରାଟେଜି ଚେଞ୍ଜ କରିବା ପାଇଁ ଆସିଛନ୍ତି । କାହିଁକିନା ରାଜ୍ୟରେ ମୋହନ ସରକାରକୁ ମାତ୍ର ଆଉ ମାସ କେଇଟା ପରେ ବର୍ଷେ ପୂର୍ଣ୍ଣ ହେବାକୁ ଯାଉଛି ଆଉ ଏହି ସମୟରେ ମୋଦିଙ୍କ ଦୁଇ ଆଖି ଓଡିଶାରେ ଡେରା ପକାଇବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

24 ବର୍ଷର ଲୋକପ୍ରିୟ ସରକାରକୁ ମାତ୍ ଦେଇ ପ୍ରଥମଥର ପାଇଁ ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ହୋଇଛି । ସରକାରକୁ ଅଧିକ ଲୋକପ୍ରିୟ କରାଇବା ପାଇଁ ନୂଆ ରଣନୀତିର ଆବଶ୍ୟକତା ରହିଛି । ଯେଉଁଥିପାଇଁ ମୋଦିଙ୍କ ଦୁଇ ଆଖି ଏବେ ଓଡିଶାରେ । ଗୋଟିଏ ପଟେ ରାଜ୍ୟରେ ବିରୋଧିଙ୍କୁ ସାମ୍ନା କରିବାରେ ସରକାର ବିଫଳ ହେଉଛନ୍ତି ତ ଅନ୍ୟପଟେ ବିଜେପିର ଜଣେ ପରେ ଜଣେ ମନ୍ତ୍ରୀ ଓ ବିଧାୟକଙ୍କୁ ହଟ୍ଟହଟ୍ଟା ହେବା ପାଇଁ ପଡୁଛି । ଯେଉଁଥିପାଇଁ ମୋଦି ଏବେ ଓଡିଶାରେ ନିଜ ଦଳକୁ ସଜାଡିବା ପାଇଁ ବଡ ରଣନୀତି ଖେଳିବାକୁ ଯାଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦୁଇ ପିଏଓ ଅଫିସର ଭାରତୀୟ ଜନତା ପାର୍ଟିରେ ଏବଂ ଓଡିଶାରେ କେଉଁ ପରିବର୍ତ୍ତନ ଆଣୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *