ଧରାପଡିଲା ସବୁ ସତ ମୁହଁ ଲୁଚାଇଲେଣି ମୋହନ !

ଧରାପଡିଲା ସବୁ ସତ ମୁହଁ ଲୁଚାଇଲେଣି ମୋହନ !

ସରୁନି ରାସନ କାର୍ଡ ଇକେୱାସି । ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ସରକାରୀ ସହାୟତା । ରାସନ କାର୍ଡକୁ ନେଇ ବାରମ୍ୱାର ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯାହାକୁ ନେଇ ଗୃହରେ ବଢିଲା ତାତି । ମୁହଁ ଖୋଲିଲେ ବିରୋଧି । ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ନାଟକ କରୁଛନ୍ତି ଯୋଗାଣ ମନ୍ତ୍ରୀ । ମିଛ କହି ସାଧାରଣ ଜନତାଙ୍କୁ ଭୂଆଁ ବୁଲାଉଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜାଣିଶୁଣି କି ଲୋକଙ୍କୁ ରାସନ ନ ଦେଇ ହଇରାଣ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବିଜେପି ସରକାର । ହଁ ଦର୍ଶକବନ୍ଧୁ ରାଜ୍ୟରେ ଦୀର୍ଘ ନଅମାସ ହୋଇଯିବ ବିଜେପି ସରକାର କହି ଆସୁଥିବା ମିଛ ଏବେ ଧରାପଡିଯାଇଛି । ଇକେୱାଇସି ନାଁରେ ମିଛ ପ୍ରହସନ କରି ନିଜ ଦଳୀୟ ଲୋକଙ୍କୁ ଅଗ୍ରାଧିକାର ଦେଉଛନ୍ତି ଯେଉଁଥିପାଇଁ ପ୍ରାୟ 25 ରୁ 28 ଲକ୍ଷ ଯୋଗ୍ୟହିତାଧିକାରୀ ବାଦ ପଡିଛନ୍ତି । ଯାହା ପଦାରେ ପଡିବା ପରେ ଯୋଗାଣ ବିଭାଗ ଉପରେ ବର୍ଷିଲେ ବିରୋଧି । ତେବେ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଛନ୍ତି କି ରାଜ୍ୟରେ 3 ଲକ୍ଷ 28 ହଜାର ଭୂତ ରାସନ କାର୍ଡ ଧାରୀ ଚିହ୍ନଟ ହୋଇଛନ୍ତି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏପରି ବିଭ୍ରାନ୍ତ କାରୀ ମନ୍ତବ୍ୟ ପରେ ବର୍ଷିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ତେବେ ରାଜ୍ୟରେ ସରକାର ବଦଳିବା ପରେ ସାଧାରଣ ଜନତା ଚେତିଗଲେଣି । ଯାହାଙ୍କୁ ବୋଟ ଦେଲେ ସେହି ସରକାର ଏବେ ଇକେୱାଇସି ବାହାନାରେ ତାଙ୍କ ପେଟକୁ ଲାତ ମାରୁଛନ୍ତି । ଆଉ ସେପଟେ ମନ୍ତ୍ରୀଙ୍କ ବାହାସ୍ପଟ କଥା । ଖୁବଶୀଘ୍ର ଇକେୱାଇସି ପ୍ରକ୍ରିୟା ଶେଷ ହେବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟେ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ଜାନୁୟାରୀ ପହିଲାରୁ ଚାଉଳ ସଙ୍ଗେ ଗହମ ମିଳିବ ବୋଲି ନୂଆ ସରକାର ଘୋଷଣା କରିଥିଲେ କିନ୍ତୁ ଏବେ ପର୍ଯ୍ୟନ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଠିକ ଭାବେ ରାସନ କାର୍ଡ ବି ଦିଆଯାଇନାହିଁ । ତେବେ ଆଗାମୀ ଦିନରେ ସରକାର ଦେଇଥିବା ନିଜର ପ୍ରତିଶ୍ରୁତି ପାଳନ କରିବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *