ରବିବାର ବଲିଉଡର ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନଙ୍କ ମୁମ୍ୱାଇର ବାନ୍ଦ୍ରାସ୍ଥିତ ଘର ବାହରେ ଗୁଳିମାଡ ହୋଇଥିଲା । ଦୁଇ ଜଣ ଦୁର୍ବୁତ୍ତ ସକାଳ ସମୟରେ ତାଙ୍କ ଘର ସାମ୍ନାରେ ଗୁଳି ବନିମୟ କରିଥିଲେ । ଏପରି ଘଟଣା ଭିଆଇ ଦୁଇ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ଗୋଟିଏ ଗୁଳି ଘର କାନ୍ଥରେ ବାଜିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗୁଳିମାଡ଼ ସମୟରେ ଘରେ ଥିଲେ ସଲମାନ ଖାନ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଂଚ ଓ ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ସିସିଟିଭି ଫୁଟେଜକୁ ଜବତ କରିଥିଲେ । ସିସିଟିଭି ଫୁଟେଜ ଯାଂଚ ଅନୁଯାୟୀ ଜଣେ ଅଭିଯୁକ୍ତ ଗୁରୁଗ୍ରାମର ହୋଇଥିବା ନେଇ ପୋଲିସ ସନ୍ଦେହ କରିଛି ।ସଲମନ ଖାନ ଙ୍କ ଘରଠୁ ପ୍ରାୟ ଏକ କିଲୋମିଟର ଦୂରରୁ ଏକ ମୋଟର ସାଇକେଲ ଜବତ ମଧ୍ୟ କରିଛି ପୋଲିସ ଏହି ଘଟଣାରେ ଲରେନ୍ସ ବିଷ୍ଣୁଙ୍କ ଭାଇ ଦାୟୀ ବୋଲି ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୁଚନା ଦେଇଛନ୍ତି । ଏବଂ ଏହା ଏକ ଟ୍ରେଲର ଥିବାନେଇ କହିଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025