ଧରା ପକାଇଦେଲା ଭାଇରାଲ ଭିଡିଓ !

ଧରା ପକାଇଦେଲା ଭାଇରାଲ ଭିଡିଓ !

ଚାଷୀଙ୍କ ସହ ଶିକ୍ଷକମାନଙ୍କୁ ମଧ୍ୟ ଭୂଆଁ ବୁଲାଉଥିଲା ବିଜେପି । ସେବେ ନବୀନଙ୍କୁ କହୁଥିଲେ ଏବେ ନିଜେ ନବୀନଙ୍କ ରାସ୍ତାରେ ଯାଉଛନ୍ତି ମୋହନ । ହଁ ଆଜ୍ଞା, ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ବିଜେପି ନେତା ଖାସ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଏପରିକି ନିର୍ବାଚନ ପୂର୍ବରୁ ବିରୋଧୀ ଆସନରେ ଥିବା ବେଳେ ମୋହନ ଯେଉଁ ବଡ ବଡ କଥା କହୁଥିଲେ, ବିଜେଡି ବିରୁଦ୍ଧରେ ପ୍ରଚାର ପ୍ରସାର କରୁଥିଲେ ସେ ସମ୍ପର୍କୀତ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାର ଆଉ ଏକ ଭିଡିଓ ଏବେ ଟ୍ରେଣ୍ଡରେ ରହିଛି ।

ତେବେ ରାଜ୍ୟରେ ଏବେ ଦରଦାମ ବୃଦ୍ଧି ହେବା ସହ ବେରୋଜଗାରୀ ବଢି ବଢି ଚାଲିଛି । କାମ କରିବା ସତ୍ୱେ ଉଚିତ୍ ପାରିଶ୍ରମିକ ମିଳୁନି । ଆଉ ଏହାକୁ ବିରୋଧ କରି ରାଜରାସ୍ତାରେ ବସୁଛନ୍ତି ଶହଶହ ଲୋକେ । ମହିଳା କର୍ମୀଙ୍କ ଠାରୁ ଆରମ୍ଭ କରି, ସଫେଇ କର୍ମୀ, ଆଶା ଦିଦି, ଏପରିକି ଶିକ୍ଷକମାନେ ମଧ୍ୟ ରାଜାରାସ୍ତାରେ ନିଜ ହକ୍ ପାଇଁ ଲଢେଇ କରୁଛନ୍ତିା କିନ୍ତୁ ଏସବୁ ଡବଲ ଇଞ୍ଜିନ ସରକାରଙ୍କ କାନରେ ପଡୁନି । ହେଲେ ବିରୋଧୀ ଆସନରେ ଥିବା ବେଳେ ତତ୍କାଳୀନ ବିଜେଡି ସରକାରକୁ ଦୋଷ ଦେବାରେ ଆଦୌ ହେଳା କରୁନଥିଲେ ବିଜେପି ନେତା । ଖାସ କରି ଏବେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ମୋହନ ମାଝୀ ବିରୋଧୀ ଥିବା ବେଳେ ରାସ୍ତାରେ ବସିଥିବା ଶିକ୍ଷକ ମାନଙ୍କ ପାଖକୁ ଯାଇ ନବୀନଙ୍କ ବିରୁଦ୍ଧରେ ଉସକେଇ ଥିବା ଭିଡିଓ ଏବେ ସାମ୍ନାକୁ ଆସୁଛି । କିପରି ନବୀନ ଶିକ୍ଷକମାନଙ୍କ ଏ ହରତାଳ ସମ୍ପର୍କରେ ଖବର ପାଉନାହାନ୍ତି ଏବଂ ବିଜେପି ବିଧାନସଭାରେ ଶିକ୍ଷକମାନଙ୍କ ପାଇଁ ଲଢେଇ କରୁଛନ୍ତି ସେ ସମ୍ପର୍କରେ ପ୍ରଚାର କରୁଥିଲୋ କିନ୍ତୁ ଏବେ ସରକାରକୁ ଆସିବା ପରେ ସେ ମଧ୍ୟ ବଦଳି ଯାଇଥିବା ଏବଂ ଗଣମାଧ୍ୟମରୁ ଖବର ପାଉଥିବା ନିଜେ ବୟାନ ଦେଉଛନ୍ତି । ଯାହାକୁ ନେଇ ଓଲଟା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରାଯାଉଛି

author

Related Articles

Leave a Reply

Your email address will not be published. Required fields are marked *