- ଯାଜପୁରରେ ବିଜେଡି ନେତା ବବିଙ୍କ ଗୁଣ୍ଡାରାଜ !
- ଧର୍ମଶାଳା ବିଧାୟକଙ୍କୁ ବିଜେଡି ସମର୍ଥକଙ୍କ ଆକ୍ରମଣ
- ଅଭିଯୋଗ ଆଣିଲେ ଲିକୁ ବନ୍ଧା ହେବେ କି ବବି ?
ନିର୍ବାଚନର ପାଞ୍ଚମାସ ପରେ ରକ୍ତମୁଖା ହୋଇପଡିଛି ଯାଜପୁର ଜିଲ୍ଲା । ଗତକାଲି ଯାଜପୁର ଟାଉନରେ ବିଜେଡି କର୍ମୀଙ୍କ ଦ୍ୱାରା ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ । 30 ଜଣ ଦୁର୍ବୁତ୍ତ ହଠାତ ବିଧାୟକ ହିମାଂଶୁଙ୍କ ଗାଡି ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଧର୍ମଶାଳା ବିଧାୟକଙ୍କ ଉପରେ ଆଟାକ କଲେ ଏବଂ ସୁନା ଚେନ ଝାମ୍ପି ନେଇଥିବା ଅଭିଯୋଗ କରିଛନ୍ତି ବିଧାୟକ ଲିକୁ ସାହୁ । ଆକ୍ରମଣ ବେଳେ ବବିଙ୍କ ନାଁ ନେଉଥିଲେ ଦୁର୍ବତ୍ତ ଏବଂ ଏହି ଘଟଣାରେ ବବି ଦାସଙ୍କ ସମ୍ପୃକ୍ତି ରହିଥିବା ଓ ବିଜେଡି କର୍ମୀ ହିଁ ତାଙ୍କୁ ଆଟାକ କରିଥିବା ସିଧା ସିଧା କହିଛନ୍ତି ଧର୍ମଶାଳା ବିଧାୟକ । ଅନ୍ୟପଟେ ହିମାଂଶୁଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ।
ଏହି ଘଟଣାକୁ ନିନ୍ଦା କରିବା ସହିତ ଯେଉଁମାନେ ଦୋଷୀ ସେମାନଙ୍କୁ ଆରେଷ୍ଟ କରିବା ପାଇଁ ମଧ୍ୟ କହିଛନ୍ତି ପ୍ରଣବ ଏବଂ ତାଙ୍କ ଭାଇଙ୍କର ଏଥିରେ କୌଣସି ସମ୍ପୃକ୍ତି ନଥିବା ସଫେଇ ମଧ୍ୟ ଦେଇଛନ୍ତି । ତେବେ ଯାଜପୁରରେ ଏପରି ଘଟଣା ଘଟିବା ପରେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ତୁ ତୁ ମେ ମେ । ବବି ଦାସ ଓ ତାଙ୍କ ଭାଇ ଏପରି କାଣ୍ଡ ଭିଆଇଛନ୍ତି ଏବଂ ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି । ଅନ୍ୟପଟେ ବିଜେପି ଏହା ମଧ୍ୟ କହିଛି କି ପରାଜୟ ପରେ ରକ୍ତମୁଖା ହୋଇପଡିଛି ବିଜୁ ଜନତା ଦଳ । ଯେଉଁଥିପାଇଁ ଏପରି ଆଚରଣ କରୁଛି । ତେବେ ଧର୍ମଶାଳା ବିଧାୟକ ଲିକୁ ସାହୁଙ୍କୁ ଯାଜପୁର ଟାଉନରେ ଏଭଳି ଆକ୍ରମଣ ପରେ ଅକଳରେ ପଡିଯାଇଛନ୍ତି ପ୍ରଣବ ପ୍ରକାଶ ଦାସ ।