ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା…

ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା…

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଆଦିବାସୀ ଗରିବ ଲୋକମାନଙ୍କୁ କିଛି ବ୍ୟକ୍ତି ପ୍ରଲୋଭନ ଦେଖାଇ ଖ୍ରୀଷ୍ଟ ଧର୍ମରେ ସାମିଲ କରିବା ଦ୍ବାରା ଦିନକୁ ଦିନ ଧର୍ମାନ୍ତରୀକରଣ ବୃଦ୍ଧିପାଉଛି। ଏହାକୁ ନେଇ ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ପଥରଗଦା ସାହିରେ ଦୁଇ ଦିନ ହେଲା ଉତ୍ତେଜନା ଲାଗିରହିଛି। ଆଜି ଶହ ଶହ ହିନ୍ଦୁ ଧର୍ମାବଲମ୍ବୀ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିବା ସହିତ ପ୍ରଶାସନ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ କିଛି ଖ୍ରୀଷ୍ଟଧର୍ମ ପ୍ରଚାରକ ଏହି ଗରିବ ଆଦିବାସୀ ମାନଙ୍କୁ ଧର୍ମାନ୍ତରୀକରଣ କରାଇବା ସହ ଏକ ନୂତନ ଗୀର୍ଜା ନିର୍ମାଣକରି ସେହି ସାହିର ପିଲାମାନଙ୍କୁ ବାଇବେଲ ସମ୍ପର୍କିତ ଶିକ୍ଷା ପ୍ରଦାନ କରୁଛନ୍ତି। ସେମାନେ ତାଙ୍କ ଖ୍ରୀଷ୍ଟଧର୍ମକୁ ବିଶ୍ବାସ କଲେ ତାଙ୍କର ସମସ୍ତ ରୋଗ ବୈରାଗ ଭଲ ହେବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଲୋଭନ ଦେଖାଉ ଥିବାରୁ ଶହ ଶହ ପରିବାର ଏବେ ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଛନ୍ତି। ଏବେ ଶଙ୍କଟପାଲିଆ, ଚେତନା କେନ୍ଦ୍ର, ହଦଗଡ଼, ମଲ୍ଲୀପଶି, ରାଇଘାଟି, ପୁରୁଣାଘାଟି, ଅସିଆ, ଜୁଣପଶି ଆଦି ଗ୍ରାମରେ ୫ ଶହ ରୁ ଊର୍ଦ୍ଧ୍ବ ଆଦିବାସୀ ଖ୍ରୀଷ୍ଟଧର୍ମ ଗ୍ରହଣ କରିସାରିଲେଣି। କେବଳ ସୁନ୍ଦରାପାଳ ଗ୍ରାମରେ ଗୋଟିଏ ପରିବାର ପ୍ରଥମେ ଧର୍ମ ପରିବର୍ତ୍ତନ କରିଥୂବା ବେଳେ ଏବେ ୪୦ରୁ ଊର୍ଦ୍ଧ୍ବ ପରିବାର ଧର୍ମ ପରିବର୍ତ୍ତନ କଲେଣି। ଯେପରିଭାବେ ଧର୍ମାନ୍ତିକରଣ ହେଉଛି ଯଦି ସେପରି ଚାଲୁ ରହେ ତେବେ ଆଉ ଦିନ କେଇଟା ଭିତରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ଶୁନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ସୁନ୍ଦରାପାଳ ଗ୍ରାମର ବହୁ ଯୁବକ ପଥରଗଦା ସାହିରେ ପହଞ୍ଚି ଏଭଳି ଧର୍ମାନ୍ତକରୀଣ ଓ ଶିକ୍ଷା ଆଳରେ ଧର୍ମାନ୍ତକରୀଣ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ଫଳ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟିହୋଇଥିଲା। ଗତକାଲି ସୋସୋ ପୁଲିସ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦେଇ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି।


ଧର୍ମପରିବର୍ତନ କରୁଥିବା ଲୋକମାନେ ସରକାରଙ୍କର ପିଡିଏସ ସାମଗ୍ରୀ, ପ୍ରଧାନମନ୍ତ୍ରୀ ଆବାସ, ମେଗା ପ୍ରକଳ୍ପରୁ ଶୁଦ୍ଧ ପାଣି, ଆୟୁଷ୍ମାନ କାର୍ଡ ଓ ବିଭିନ୍ନ ଯୋଜନାରେ ସାମିଲ ହୋଇ ଉପକୃତ ହେଉଥିବା ବେଳେ କାହିଁକି ଧର୍ମ ପରିବର୍ତ୍ତନ କରୁଛନ୍ତି ତାହା ପ୍ରଶାସନ ବୁଝିବା ଦରକାର ବୋଲି ଧର୍ମାବଲମ୍ବୀ ଲୋକମାନେ ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ଖ୍ରୀଷ୍ଟ ଧର୍ମ ନେଉଥିବାରୁ ରୋଗ ଭଲ ହେବା ସହ ସୁସ୍ଥରେ ରହୁଛୁ ବୋଲି ଧର୍ମ ପରିବର୍ତ୍ତନ କରିଥିବା ଲୋକେ ମତ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *