ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ କଲେମl ଗାଁର ଲକ୍ଷହିରl ନାୟକ ଓରଫ ଲାଲି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ l ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି l ସେମାନେ ହେଲେ ମୃତ ଲକ୍ଷହିରାଙ୍କ ସ୍ଵାମୀ ଧର୍ମେନ୍ଦ୍ର ନାୟକ, ଦ୍ଵିତୀୟ ପତ୍ନୀ ପୂର୍ଣାବlସି ନାୟକ ଓ ପୁତୁରା କର୍ଣ୍ଣ ନାୟକ l ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା l ଦ୍ୱିତୀୟ ପତ୍ନି ବିବାହକୁ ନେଇ ସର୍ବଦା ପାରିବାରିକ ଅଶାନ୍ତି ଲାଗି ରହିଥିବାରୁ ଲାଲିକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଧର୍ମେନ୍ଦ୍ର ଯୋଜନା କରି ଏହି ହତ୍ୟାକାଣ୍ଡ ଘଟିଥିବା ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି lସୂଚନା ମୁତାବକ ଧର୍ମେନ୍ଦ୍ର ଗତ ୧୫ ବର୍ଷ ପୂର୍ବେ ପ୍ରଥମେ ଲକ୍ଷହିରାକୁ ବିବାହ କରିଥିଲେ l ଏହାପରେ ବିଗତ ୪ ବର୍ଷ ତଳେ ପୁଣି ପୂର୍ଣ୍ଣବlସି ନାମକ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ l ଏହାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା l ତେଣୁ ରାସ୍ତାରୁ ହଟାଇବା ପାଇଁ ଲକ୍ଷହିରାକୁ ଫେବୃୟାରୀ ୩ ତାରିଖ ଦିନ ୩ ଜଣ ମିଶି ହତ୍ୟା କରିଥିଲେ l ୫ ତାରିଖରେ ଗାଁ ନିକଟ ଏକ ପାହାଡ ତଳେ ଥିବା ପଥର କୋରଡ଼ରୁ ମୃତଦେହ ଉଦ୍ଧାର କରିଥିଲା ଅଡ଼ବା ପୁଲିସ l ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ପଥର ଜବତ ହୋଇଛି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ ମୃତଙ୍କ ପରିବାର ବର୍ଗ ଖୁସିବ୍ୟକ୍ତ କରିଛନ୍ତି l ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ|
