ରାଜ୍ୟରେ ବିଜେପି ଓ ବିଜେଡିର ମେଣ୍ଟକୁ ନେଇ ଚର୍ଚ୍ଚାରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ବୈଠକ ହେଉଥିବା କୁହାଯାଉଛି । ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟ ବିଜେପିର ବୈଠକ ବସିଥିବା ସୂଚନା ମିଳିଛି । ଧର୍ମେନ୍ଦ୍ରଙ୍କ ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ଲାଗି ରହିଥିବା ସିଟ୍ ଦ୍ୱନ୍ଦ୍ୱ ଦୂର ପାଇଁ ବୈଠକରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ନେତୃତ୍ୱଙ୍କ ସହ ଆଜି ବୈଠକ କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କୌଣସି ମୂହୁର୍ତରେ ଜେପି ନଡ୍ଡା ବୈଠକ କରିପାରନ୍ତି ।

You can share this post!
author