ଚାଲିଛି ଠେଲାପେଲା ମାଡ଼ଗୋଳ .ସେ ପୁଣି ଆଉ କାହା ସଭା ନୁହେଁ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ . କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି .ପୋଲିସ ମଧ୍ୟ ଏମାନଙ୍କ ଭିତରେ ପଶି ସମାଧାନ କରିବାକୁ ଚେଷ୍ଟା କରୁଛି ତଥାପି ଏମାନେ ନାରାଜ . ତେବେ ବିଜେପିରେ ଗୋଷ୍ଠୀ କନ୍ଦଳ ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି .
ତେବେ ଖୋଦ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ଏପରି ମାଡ଼ଗୋଳ ହୋଇଥିବା କୁହାଯାଉଛି . ଟାଙ୍ଗୀ ସ୍ଥିତ ଡ୍ରିମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମରେ କଟକରୁ ଆସିଥିବା ଅରିନ୍ଦମ ରାୟଙ୍କ ସମର୍ଥକ ଓ ହିମାଂଶୁ ମହାନ୍ତିଙ୍କ ସାଲେପୁରରୁ ଆସିଥିବା ବିଜେପି ସମର୍ଥକ ମଧ୍ୟରେ ହାତାହାତି ହୋଇଥିଲା .କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଅସିିଥିବା ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ .ପରେ ପୋଲିସ ସେମାନଙ୍କ ଝଗଡ଼ା ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା .
ତେବେ ଖାଲି ଏହି ଘଟଣା ନୁହେଁ ବିଗତ ଦିନରେ ମଧ୍ୟ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ .ଜଣେ କର୍ମୀ ରାଜ୍ୟ ବିଜେପି ସଭାପତି କର୍ମୀ ମାନଙ୍କୁ କାର୍ଯ୍ୟଳୟ ଭିତରେ ପଶେଇ ଦେଉନଥିବା କହୁଥିଲେ . ଆଉ କାର୍ଯ୍ୟାଳୟ ସମ୍ମୁଖରେ ଠେଲା ପେଲାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା .