ଧାନ କିଣାକୁ ନେଇ କିଏ କହୁଛି ସତ ? ମନ୍ତ୍ରୀ ନା ଭାଇରାଲ ଭିଡିଓ ? ଏଭଳି କିଛି ଦ୍ୱନ୍ଦ୍ୱ ଏବେ ଏକ ଭାଇରାଲ ଭିଡିଓକୁ ନେଇ ସୃଷ୍ଟି ହୋଇଛି । ବିଜେପି ସରକାରରେ ଚାଷୀଙ୍କ ବିକାଶ ଦ୍ୱିଗୁଣା ହେବ, ଚାଷୀଙ୍କଠାରୁ ବିଜେପି ସରକାର ଅଧିକ ଟଙ୍କାରେ ଧାନ କିଣିବେ, ମଣ୍ଡିରେ ଚାଷୀଙ୍କୁ କୌଣସି ଅସୁବିଧା ହେବ ନାହିଁ ଏଭଳି ନାରା ବିଜେପି ନେତାମାନେ ଦେଇଆସୁଛନ୍ତି । କିନ୍ତୁ ବାସ୍ତବରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ସମ୍ପୂର୍ଣ୍ଣ ଓଲଟା । କାହିଁକି ନା ବିଜେପି ସରକାରରେ କେଉଁଠି ଧାନମଣ୍ଡିରେ ଅବ୍ୟବସ୍ଥା ରହିଛି ତ ଆଉ କେଉଁଠି ମଣ୍ଡିରେ ମିଲରମାନେ ମନଇଚ୍ଛା କଟନୀ ଛଟନୀ କରୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଯାହାକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏପରିକି ଏସମ୍ପର୍କିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।
କିନ୍ତୁ ଏପଟେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନକିଣା ବ୍ୟବସ୍ଥାକୁ ନେଇ ଭିନ୍ନ ମତ ପ୍ରକାଶ କରୁଛନ୍ତି । ସରକାର ଚାଷୀଙ୍କ ଠାରୁ ଯଥେଷ୍ଟ ଧାନ କିଣିସାରିଥିବା ବୟାନ ଦେଉଛନ୍ତି ମନ୍ତ୍ରୀ । ଏପରିକି ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ ସରକାର କିଣିସାରିଲେଣି । ୪ ଲକ୍ଷ ୯୯ ହଜାର ୭୭୮ ଚାଷୀ ଚାଷୀ ଧାନର ମୂଲ୍ୟ ପାଇଲେଣୀ । ୧୯୦୪କୋଟି ଟଙ୍କାର ଇନପୁଟ ସବସିଡି ସହମୋଟ ୭୩୭୯ କୋଟି ଚାଷୀଙ୍କୁ ଧାନର ମୂଲ୍ୟ ଦେଇ ସାରିଛନ୍ତି ସରକାର । ଏହା ସହ ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଚେତାବନୀ ଦେଉଥିବା ବୟାନ ଦେଉଛନ୍ତି । କିନ୍ତୁ ଏ ଚିତ୍ରକୁ ଦେଖିଲେ ମନ୍ତ୍ରୀଙ୍କ କଥାରେ ଗୋଟିଏ ଏବଂ କାମରେ ଆଉ ଗୋଟିଏ ଫରକ ନଜର ଆସୁଛି ।