ନୂଆପାଲି ଛକରେ ଧାନ କ୍ରୟ ପାଇଁ ଏସଏଚଜି ଗୋଷ୍ଠୀକୁ ବାଦ୍ ଦେବା ପ୍ରତିବାଦରେ ଉତ୍ତେଜନା | ବୌଦ୍ଧ ବ୍ଲକ କସୁରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆପାଲି ଛକରେ କସୁରବନ୍ଧ ଅଂଚଳର ଚାଷୀ ମାନେ ଏକ ଏସଏଚଜି ଗୋଷ୍ଠୀକୁ ଧାନ କ୍ରୟରୁ ବାଦ ଦେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି l ଜିଲ୍ଲାପାଳ ଖଟଖଟିଆ ପଂଚାୟତକୁ ଜନ ଶୁଣାଣୀ ଶିବିରକୁ ଯିବାକୁ ଥିବା ବେଳେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଶହ ଶହ ଚାଷୀ ନୁଆପାଲି ଛକ ନିକଟରେ ସକାଳ 9.30 ମିନିଟ ସମୟରୁ ରୁଣ୍ଡ ହୋଇଥିଲେ | ମାତ୍ର ଜିଲ୍ଲାପାଳ ଅନ୍ୟ କୌଣସି ଗାଡ଼ିରେ ଚାଲି ଯାଇଥିବା ହେତୁ ଲୋକେ ଦାବି ପତ୍ର ଦେଇପାରି ନଥିଲେ ଓ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ବୌଦ୍ଧ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜାଏ ରସୁଲ ଓ ମନମୁଣ୍ଡା ଥାନା ଅଧିକାରୀ ତପନ ତରୁଣ ବେହେରା ନୁଆପାଲି ଛକରେ ପହଂଚି ଉତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି l

You can share this post!
author