ଧାନ ମିଲ ଗୁମାସ୍ତାଙ୍କ ଦାଦାଗିରି

ଧାନ ମିଲ ଗୁମାସ୍ତାଙ୍କ ଦାଦାଗିରି

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡ ମରେଇ ରାଜଲକ୍ଷ୍ମୀ ରାଇସ ମିଲ ଗୁମାସ୍ତାଙ୍କ ଦାଦାଗିରି l ମିଲକୁ ଚାଷୀର ଧାନ ନେଇ ଯାଇଥିବା ଜଗମୋହନ ପଞ୍ଚାୟତର ସମିତି ସଭ୍ୟଙ୍କ ଉପରେ ଆକ୍ରମଣ କରିବା ସହ ମାଡମାରିଥିବା ନେଇ ଗୁମାସ୍ତାଙ୍କ ବିରୋଧରେ ଧରାକୋଟ ଥାନାରେ ଅଭିଯୋଗ ହୋଇଛି l ଆଗରୁ ମଧ୍ୟ ଧରାକୋଟରେ ମଣ୍ଡି ଓ ମିଲର ମାନେ ଚାଷୀଙ୍କ ଭଲ ଧାନକୁ ଖରାପ ଧାନ କହି କମ୍ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା l ତେବେ ଧରାକୋଟରେ ଦିନକୁ ଦିନ ମିଲର ମାନେ ଚାଷୀଙ୍କ ଉପରେ ମନମାନି କରୁଥିବା ବେଳେ ଚାଷୀ ମାନେ ହଇରାଣ ହେଉଛନ୍ତି l ଆଉ ଏସବୁ ଜାଣିଶୁଣି ପ୍ରଶାସନ ମଧ୍ୟ ନୀରବ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *