ଜଳାଶୟ ନବୀକରଣ ଓ ବକେୟା ବିଲ୍ ନ ପାଇ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ଏସ. ଏଚ.ଜି ମହିଳା | ଆଜି ଖଲ୍ଲିକୋଟ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଧାରଣାରେ ବସିଥିବା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଗତ ବର୍ଷ ଅର୍ଥାତ ଫେବୃଆରୀ ମାସ ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ( ମୁକ୍ତା )ଯୋଜନା ମାଧ୍ୟମରେ ଖଲ୍ଲିକୋଟ ଏନ୍. ଏ.ସି .ର ୭ ନମ୍ବର ୱାର୍ଡରେ ଥିବା ବଳିୟାର ସିଂ ପୋଖରୀର ପୁନ ଉଦ୍ଧାର ତଥା ନବୀକରଣ ପାଇଁ ୧ କୋଟି ୫୩ ଲକ୍ଷ ୨ ହଜାର ଟଙ୍କା ଅନୁମୋଦିତ ହୋଇଥିଲା | ଯାହାକି ସେଇ ୱାର୍ଡର ୯ ଟି ଏସ. ଏଚ. ଜି. ଗୁପକୁ କାର୍ଯ୍ୟ|ଦେଶ ଦିଆଯାଇଥିଲା | ସେହି ୱାର୍ଡରେ ଥିବା ଆଦିବାସୀ ଓ ହରିଜନ ମହିଳା ମାନେ ଋଣ କରି ଉକ୍ତ ପୋଖରୀ କାମକୁ ସମ୍ପାଦନ କରିବା ପାଇଁ ଲାଗିପଡିଥିଲେ | ବର୍ତମାନ କାର୍ଯ୍ୟର ଅବଧି ସରିବା ସହିତ ୭୫ ପ୍ରତିଶତ କାମ ବି ସରିଛ | କିନ୍ତୁ ହରିଜନ ଆଦିବାସୀ ମହିଳାଙ୍କ କହିବା ଅନୁଯାୟୀ ସେମାନେ ଖଲ୍ଲିକୋଟ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟକୁ ବିଲ୍ ବାବଦରେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ସୁଦ୍ଧା ଟଙ୍କା ଟିଏ ବି ମିଳିନି | ସେମାନେ ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ, DRDA PD, ସ୍ଥାନୀୟ ବିଧାୟକ,ଓ ସ୍ଥାନୀୟ ଥାନା ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତ | ଏପଟେ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ କାର୍ଯ୍ୟାଳୟ ତରଫରୁ ଯନ୍ତ୍ରୀଙ୍କ ଦ୍ଵାରl କରାଯାଇଥିବା କାମର ମାପ ଚୁପ ରେ ସେମାନେ ଅସନ୍ତୁଷ୍ଟ ଥିଲେ ଆଉ ୧ ଦିନ ପରେ ବିଭାଗ ପକ୍ଷରୁ ଏକ ଅଭିଜ୍ଞ ଦଳ ଆସି ତାର ମାପ ଚୁପ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ.

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025