ଧରା ପଡିଲେ ସ୍ୱାମୀ ଓ ସ୍ତ୍ରୀ

ଧରା ପଡିଲେ ସ୍ୱାମୀ ଓ ସ୍ତ୍ରୀ

ଖଲ୍ଲିକୋଟ ପୋଲିସକୁ ମିଳିଛି ବଡ ସଫଳତା . ଦିର୍ଘ ଦିନ ହେଲା ଖଲ୍ଲିକୋଟ ଅଂଚଳରୁ ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରୀ ହେଉଥିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଖଲ୍ଲିକୋଟ ପୋଲିସ ଦୁଇଜଣ ଚୋରକୁ ଧରିବାରେ ସଫଳ ହୋଇଛି. ରମ୍ଭା ପାହାଡା ସାହି ବାସିନ୍ଦା  ଦୁଇ ଜଣ ସ୍ଵାମୀ ଓ ସ୍ତ୍ରୀ ଖଲ୍ଲିକୋଟ ଅଞ୍ଚଳର ପଥରା , କେଶପୂର ଓ ରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ମନ୍ଦିରରୁ ଚୋରୀ କରି ଆସୁଥିଲେ. ଖଲ୍ଲିକୋଟ ପୋଲିସ ଜାତୀୟ ରାଜପଥରେ ଗାଡି ଚେକିଙ୍ଗ କରୁଥିବା ବେଳେ ଏକ ସ୍କୁଟି ଯୋଗେ ସ୍ଵାମୀ ଓ ସ୍ତ୍ରୀ ଯାଉଥିବା ବେଳେ ପୋଲିସ ସନ୍ଦେହ କରି ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା .ପରେ ସ୍କୁଟି ଡିକିରୁ ନଗଦ ୩୦ ହଜାର ଟଙ୍କା  ୩ ଗୋଟି ମୋବାଇଲ , ଗୋଟିଏ ସୁନା ଖଡ଼ିକା ଓ ରୁପାର ଲକେଟ୍ ସହିତ ଗୋଟାଏ ଲୁହା ରଡ ଓ ସ୍କ୍ରୁ ଡ଼୍ରାଇଭର ସେମାନେ ବ୍ୟବହାର କରୁଥିବା ସ୍କୁଟି ଜବତ କରିଥିଲା .ଏହା ସହିତ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ . ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି ଅଭିଯୋଗ ଆସିବା ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ଥାନା ଏବଂ ଖଲ୍ଲିକୋଟ ଥାନାକୁ ନେଇ ଦୁଇଟି ଟିମ ଗଠନ କରାଯାଇଥିଲା . ଛତ୍ରପୁର ଏସ.ଡି.ପି.ଓ. ଆଜି ଏକ ପ୍ରେସମିଟରେ କହିଛନ୍ତି ଏହି ଦମ୍ପତ୍ତିଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରାଯିବ.

author

Related Articles

Leave a Reply

Your email address will not be published. Required fields are marked *