
ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ୍ ଶ୍ରୀକୃଷ୍ଣକର ଜନ୍ମଦିନ । ହିନ୍ଦୁ ଶାସ୍ତ୍ରାନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମାତା ଦେବକୀ ଓ ପିତା ବାସୁଦେବଙ୍କଠୁ ପାପୀ କଂସର କାରାଗାରରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ଆନନ୍ଦ ହେଉଅଛି ମହୀ କୃଷ୍ଣ ଜନମେ ଦେହ ବହି ।ତାଙ୍କ ଜନ୍ମ ସମୟରେ ମହୀ ମଣ୍ଡଳରେ ଅନେକ ଅଦ୍ଭୁତ ଘଟଣା ଘଟିଥିଲା । ଜନ୍ମ ହେବା ପରେ ସେ ମଥୁରା ଛାଡି ବୃନ୍ଦାବନ ଆସିଥିଲେ ମାତା ଯଶୋଦା ଓ ପିତା ବସୁଦେବଙ୍କ ପାଖକୁ। ଜନ୍ମ ହେବାର ୭ ଦିନରେ ପୁତନା ଓ ଅନ୍ୟ ଅସୁର, ରାକ୍ଷସଙ୍କୁ ମାରି ସେ ଦେଖାଇ ଦେଇଥିଲେ ଆଉ କଂସର ଅତ୍ୟାଚାରକୁ ସହିବେ ନାହିଁ । କ ରେ କୃଷ୍ଣ କ ରେ କଂସ କୁ ମାରି ତା ଅତ୍ୟାଚାର ରୁ ସମସ୍ତକୁ ଉଦ୍ଧାର କରି ଥିଲେ ।ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ । ପୁରପଲ୍ଲୀ ହୋଇଛି କୃଷ୍ଣମୟ । ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିର ନବବଧୂ ପରି ସଜେଇ ହୋଇଛି। ସବୁବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଲାଣି। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଭରି ରହିଛି ।