କଥା ଦେଇ ପୁଣି ଧୋକା ଦେଲେ ମୋହନ
ନିଜେ ଆନ୍ଦୋଳନରେ ବସିଥିଲେ ମୁଖ୍ୟମନ୍ତ୍ରୀ ହେବା ପରେ ଭୁଲିଗଲେ
ସୈନକ ସ୍କୁଲରେ ଦୁର୍ଗନ୍ଧ ଅସୁସ୍ଥ ଛାତ୍ରଛାତ୍ରୀ
ରାଜଧାନୀରେ ବିକଳ ଚିତ୍ର ଶୁଣୁନାହାନ୍ତି ସରକାର
ନିଜେ ଆନ୍ଦୋଳନରେ ବସିଥିଲେ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତାଙ୍କୁ କଥା ମଧ୍ୟ ଦେଲେ । ସରକାରକୁ ଆସିବା ପରେ ଲୋକଙ୍କ ସମସ୍ୟା ଶୁଣିବେ । ସୈନିକ ସ୍କୁଲ ନିକଟରେ ଥିବା ଡମ୍ପି ଗାର୍ଡକୁ ନେଇ ସରକାରଙ୍କ ଉପରକୁ ଉଠିଛି ପ୍ରଶ୍ନ । ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ରହିଥିବା ସୈନିକ ସ୍କୁଲ ନିକଟରେ ଡମ୍ପିଂ ଗାର୍ଡକୁ ଉଠାଇବା ପାଇଁ ବାରମ୍ୱାର ସରକାରଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି । କେବଳ ଅଭିଯୋଗ ନୁହେଁ ବରଂ 45 ଦିନକ ବଡ ଆନ୍ଦୋଳନ ମଧ୍ୟ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଥିବା ସମୟରେ ସେହି ଆନ୍ଦୋଳନରେ ବସିଥିଲେ ଏବଂ କଥା ଦେଇଥିଲେ ସରକାରକୁ ଆସିବା ପରେ ଏହି ସମସ୍ୟା ଦୂର ହେବ । ବର୍ତ୍ତମାନ କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି ସରକାର । ସୈନିକ ସ୍କୁଲ ସାମ୍ନାରେ ଡମ୍ପି ଗାର୍ଡ ରହିଛି ଏବଂ ଏଠାରୁ ବାହାରୁଥିବା ଦୁର୍ଗନ୍ଧକୁ ମିନିମାଇଜ କରିବା ପାଇଁ କେମିକାଲ ବ୍ୟବହାର କରାଯାଉଛି ଯାହାର ସିଧାସଳଖ ପ୍ରଭାବ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । ନିଜେ କଥା ଦେଇ ଏବେ ସାଧାରଣ ଲୋକଙ୍କ କଥାକୁ କର୍ଣ୍ଣପାତ ନକରିବା ମୋହନ ସରକାରଙ୍କ ଉପରକୁ ପ୍ରଶ୍ନ ଉଠାଇଛି । ତେବେ ବାରମ୍ୱାର ଅଭିଯୋଗ ଆଣୁଥିବା ଲୋକଙ୍କ କଥା ଉପରେ କେବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।