ନଇଁଲା ଇସ୍କନ, ହେବନି ଅଦିନିଆ ରଥଯାତ୍ରା

ନଇଁଲା ଇସ୍କନ, ହେବନି ଅଦିନିଆ ରଥଯାତ୍ରା

ମୁଣ୍ଡ ନୁଆଁଇଲା ଇସ୍କନ । ବନ୍ଦ ହେଲା ଅଦିନିଆ ରଥ ଯାତ୍ରା । ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ ପରେ ଇସ୍କନ ନିଜ ନିଷ୍ପତ୍ତିରୁ ଓହରିଯାଇଛି । ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ରଥାଯାତ୍ରା ଅନୁଷ୍ଠିତ ହେବାର ଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଅପଚେଷ୍ଟା କରୁଥିବା ଚର୍ଚ୍ଚା ହେଲା । ଆଉ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ଜାହିର କରିବା ସହ ଖୋଦ ଗଜପତି ମହାରାଜା ଇସ୍କନକୁ ନିଜ ନିଷ୍ପତିରୁ ଓହରିବା ପାଇଁ ତାଗିଦ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଓଡିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏହାକୁ ବନ୍ଦ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *