ନଥିଲେ ନବୀନ ବିଧାୟକଙ୍କ ବୁଡ଼ିଲା ନାକ !

ନଥିଲେ ନବୀନ ବିଧାୟକଙ୍କ ବୁଡ଼ିଲା ନାକ !

ଶିତକାଳୀନ ଅଧିବେଶରେ ବିଧାନସଭାରେ ପଶିଲା ପାଣି . ଯେଉଁଥିରେ ଉବୁଡ଼ୁବୁ ହୋଇଛନ୍ତି ସବୁ ଦଳର ବିଧାୟକ . ତେବେ ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ଉଠୁଛୁ ପଡ଼ୁଛି ଗୃହ . ବିଜେଡ଼ିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ବିସ୍ପୋରକ ବୟାନ ପରେ .ଜଣକ ପରେ ଜଣେ ବିଧାୟକ ନିଜ ନିଜର ମନ୍ତବ୍ୟ ରଖିଥିଲେ . ଏହାପରେ ସରଗରମ ହୋଇଥିଲା ଗୃହର ମାହୋଲ .

ବଦ୍ରି ପାତ୍ର କହିଥିଲେ ଯେଉଁମାନେ କମ ଭୋଟରେ ହାରିଛନ୍ତି ,ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ . ଲୋକମାନଙ୍କୁ ପ୍ରତିଶୃତି ଦିଆଯାଇଥିଲା ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ . କିନ୍ତୁ ନସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଲା ବୋଲି କହିଛନ୍ତିି .ଅନ୍ୟପଟେ ବିଧାୟକ ସୈାଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କିତ ପ୍ରଶ୍ନର ଉତରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ . କହିଛନ୍ତି ପୂର୍ବ ସରକାର ଅମଳରେ ଖାଇ ପଳେଇଛନ୍ତି ଠିକାଦାର.ପୂର୍ବ ସରକାର ସମୟରେ କେବଳ ପାଇପ ବିଛାଇବା କାମ କରିଥିଲେ କେବଳ ଘରକୁ ଟ୍ୟାପ ଲଗାଇଛନ୍ତି .

ସେପଟେ ମନ୍ତ୍ରୀଙ୍କ ଏଭଳି କଟାକ୍ଷକୁ କଡ଼ା କାଉଂଟର କରିଛନ୍ତି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା .ସେ କହିଛନ୍ତି ଯେଉଁମାନେ ଏହି ପ୍ରକଳ୍ପରେ ମଲେଇ ଖାଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି ସେମାନଙ୍କୁ ସରକାର ବାନ୍ଧିବା ବ୍ୟବସ୍ଥା କରିବା ଉଚିତ .

author

Related Articles

Leave a Reply

Your email address will not be published. Required fields are marked *