ନଥିଲେ ନବୀନ ମୁଖ୍ୟମନ୍ତ୍ରୀ ପୋଲ ଖୋଲିଦେଲେ ବାପି !

ନଥିଲେ ନବୀନ ମୁଖ୍ୟମନ୍ତ୍ରୀ ପୋଲ ଖୋଲିଦେଲେ ବାପି !

ଜାଣିଶୁଣି ମୁଖ୍ୟମନ୍ତ୍ରୀଙ୍କୁ ଫସାଉଛନ୍ତି କି ବିଜେପି ନେତା ? କାହିଁକି ବାରମ୍ୱାର ହଟ୍ଟହଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? ମୋହନଙ୍କୁ ସହିପାରୁନାହାନ୍ତି କି ବିଜେପିର ନେତାମାନେ ? ଏ ପ୍ରଶ୍ନ ଆମର ନୁହେଁ ବରଂ ବିଧାନସଭାରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏପରି କିଛି କହିଛନ୍ତି । ଆଉ ମାତ୍ର ଦୁଇ ମାସ ପରେ ମୋହନ ସରକାରଙ୍କୁ ରାଜ୍ୟରେ ବର୍ଷେ ପୂର୍ଣ୍ଣ ହେବାକୁ ଯାଉଛି । କିନ୍ତୁ ମାତ୍ର ଏତିକି ଦିନରେ ଖୋଦ ମୁଖ୍ୟମନ୍ତ୍ରୀ ଯେତିକି ହଟ୍ଟହଟ୍ଟା ହେଉଛନ୍ତି ତାହା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର ଗଢିଲା । ଜନପ୍ରତିନିଧି ହିସାବରେ ଓଡିଶାର ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ । ବିଜେପିର ଅନେକ ବରିଷ୍ଠ ଓ ଆଶାୟୀ ପ୍ରାର୍ଥି ଥିବା ସତ୍ତ୍ୱେ ଆଦିବାସୀ ଚେହେରା ରୂପେ ମୋହନ ମାଝୀ ଓଡିଶାର ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ବାରମ୍ୱାର ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଭଳି ଭାବେ ଟ୍ରୋଲ କରାଯାଉଛି ତାହାକୁ ନେଇ ଗୃହରେ ମଧ୍ୟ ଆଲୋଚନା ହେଲାଣି । ବିଜେଡି ବିଧାୟକ ବ୍ୟମୋକେଶ ରାୟ କହିଛନ୍ତି ଯେ ବିଜେପିର ନେତାମାନେ ଜାଣିଶୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଦନାମ କରୁଛନ୍ତି ।

ଗୋଟିଏ ପଟେ ଭାରତୀୟ ଜନତା ପାର୍ଟିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡଗଡଉଛି ତ ଆଉ ଗୋଟିଏ ପଟେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ବିରୋଧି ବିଧାୟକ ବିଧାନସଭା ଗୃହରେ କହିବାକୁ ଲାଗିଲେଣି । ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା ନେଇ ବାରମ୍ୱାର ଦଳ ବିରୋଧି ମନ୍ତବ୍ୟ ଦେଇଆସୁଛନ୍ତି ବରିଷ୍ଠ ନେତା ତଥା ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର । ସେପଟେ ଦଳରେ ରାଜ୍ୟ ସଭାପତି ପଦବୀ ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଲବି ଚାଲୁଛି । ଏସବୁ ଜାଣିଶୁଣି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଦଳୀୟ କନ୍ଦଳକୁ ଆୟତ୍ତ କରିବାରେ ଫେଲ ମାରୁଛନ୍ତି । ଯାହା ଏବେ ବିଜେପି ପାର୍ଟି ଅଫିସରୁ ଯାଇ ବିଧାନସଭାରେ ପହଞ୍ଚିଲାଣି ।

author

Related Articles

Leave a Reply

Your email address will not be published. Required fields are marked *