ନଦୀର ପାଣି ଅଟକ କରିଦେବେ ମୋଦି !

ନଦୀର ପାଣି ଅଟକ କରିଦେବେ ମୋଦି !

ଏବେ ପାକିସ୍ତାର କାନ୍ଦିବା ପାଳି . ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦେବ ଭାରତ .ଧର୍ମ ପଚାରି ନିରୀହ ଲୋକଙ୍କୁ ଯେପରି ହତ୍ୟା କଲେ ତାହା ସାରା ଦେଶରେ ପ୍ରତିଶୋଧର ବହ୍ନ ଜଳାଇଛି . ଗତକାଲି ୫ଟି ବଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଭାରତ .ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦେବ ଭାରତ .ଆତଙ୍କବାଦ ଶେଷ ନ ହେବା ପର୍ଯ୍ୟନ୍ତ ଏହି ଚୁକ୍ତିକୁ ରଦ୍ଦ କରିବା ପାଇଁ ନିଷ୍ପତି ନେଇଛି ଭାରତ .ନଦୀଜଳ ଆବଂଟନକୁ ନେଇ ଭାରତ ପାକିସ୍ତାନ ୧୯୬୦ ସିନ୍ଧୁଜଳ ଚୁକ୍ତି ସ୍ୱାକ୍ଷର କରିଥିଲେ .ଏହି ଚୁକ୍ତି ସ୍ୱାକ୍ଷରରରେ ମଧସ୍ଥତା କରିଥିଲା ବିଶ୍ୱବ୍ୟାଙ୍କ .୧୯୬୦ ନଭେମ୍ବର ୯ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ .

କହିବାକୁ ଗଲେ ପାକିସ୍ତାନର ଲାଇଫ ଲାଇନ ହେଉଛି ସିନ୍ଧୁ ନଦୀ .ଏହି ଚୁକ୍ତିନାମା ହୋଇ ନ ଥିଲେ ହୁଏତ ପାକିସ୍ତାନରେ ପାଣି ପାଇଁ ହାହାକାର ପଡ଼ୁଥାନ୍ତା .କିନ୍ତୁ ଆଜିଯାଏ ସେପରି ପରିସ୍ଥିତି ଆସିବାକୁ ଦେଇନି ଭାରତ . ତଥାପି ଏସବୁ ଜାଣି ବି ସୁଧୁରି ନଥିଲା ପାକିସ୍ତାନ .ଏହା ଭିତରେ ଭାରତ ଏକାଧିକ ପାକ ପ୍ରେରିତ ଆତଙ୍କବାଦୀ ଆକ୍ରମଣକୁ ସାମ୍ନା କରିଛି . ତେବେ କାଶ୍ମିର ବିବାଦକୁ ନେଇ ଭାରତ ପାକିସ୍ତାନ ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଂଚିଥିଲେ . ୧୯୬୦ ପରଠାରୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ମାନି ଆସୁଛି . ୧୯୬୫ ପରେ ପାକିସ୍ତାନ ଲଗାତାର ଭାରତ ସହ ହିଂସା ଆଚରଣ କରି ଆସୁଛି . ଏସବୁ ପରେ ବି ଭାରତ ନଦୀର ପାଣିକୁ କେବେ ବି ଅଟକାଇ ନଥିଲା .

author

Related Articles

Leave a Reply

Your email address will not be published. Required fields are marked *