ନଦୀ କୂଳରେ ଜମିଲା ଭିଡ଼

ନଦୀ କୂଳରେ ଜମିଲା ଭିଡ଼

ନୂଆ ବର୍ଷରେ ନିଆରା ପ୍ରୟାସ ବୌଦ୍ଧ ଜିଲ୍ଳା ମହେଶ୍ୱର ପିଣ୍ଡା ସ୍ଥିତ ଅର୍ମୁଡା ମହାନଦୀ ଶଯ୍ୟାରେ ଗ୍ରାମବାସୀଙ୍କ ତରଫରୁ ମହାନଦୀ ମହୋତ୍ସବ ୨୦୨୫ ଆୟୋଜନ ହୋଇଛି l ଏହି ମହାନଦୀ ମହୋତ୍ସବ ପାରାୟଣରେ କର୍ତ୍ତା ଭାବେ ଟଙ୍କଧର ସେଠି ଧର୍ମ ପତ୍ନୀ ଉର୍ମିଳା ସେଠି ଏବଂ ଆଜିକୁ ଦୀର୍ଘ ୧୧ବର୍ଷ ହେଲାଣି ବ୍ୟାସ ଭାବରେ ରାଜେଶ ଦାସ ଏହି ମହାନଦୀ ମହୋତ୍ସବ ସୁନ୍ଦରକାଣ୍ଡ ପାରାୟଣ ପଠନ କରିଆସୁଛନ୍ତି। ପ୍ରତେକ ବର୍ଷ ମହୋତ୍ସବରେ ୧୦ ରୁ ୧୨ ହଜାର ଭକ୍ତ ହେଉଥିବା ବେଳେ ଚଳିତ ବର୍ଷ ୨୦ ରୁ ୨୫ ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ନୂଆ ବର୍ଷକୁ ନିଆରା ଭାବେ ପାଳନ କରିଛନ୍ତି l ଗୋଟେ ପଟେ ନୂଆ ବର୍ଷ ଆସିଲେ ଭୋଜି ଭାତରେ ଲୋକେ ମତୁଆଲା ହେଉଥିବା ବେଳେ ଅମୁଡ଼ା ଗ୍ରାମବାସୀଙ୍କ ପକ୍ଷରୁ ନିଆରା ଭାବେ ଏହି ମହୋତ୍ସବ ଆୟୋଜନ କରାଯାଉଛି l ଦୀର୍ଘ ଏଗାର ବର୍ଷ ଧରି ଏହି ମହୋତ୍ସବ ଆୟୋଜିତ ହେଉଥିବା ବେଳେ ମହାନଦୀ ମହାଦେବଙ୍କୁ ଦର୍ଶନ କରିବା ସହିତ ନୌକାରେ ବିହାର କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ମାନେ l ପରିବାର ସହିତ ଏହି ମହୋତ୍ସବ ରେ ସାମିଲ ହୋଇ ପରିବାର ସହିତ ପାଳନ କରୁଛନ୍ତି l ଏହା ସହିତ ଗ୍ରାମବାସୀଙ୍କ ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଛି l ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *