ନବଙ୍କୁ ମାରିବା ପଛର ରହସ୍ୟ

ନବଙ୍କୁ ମାରିବା ପଛର ରହସ୍ୟ

ସ୍ୱାସ୍ଥ ମନ୍ତ୍ରୀ ନବ ଦାଶଙ୍କ ହତ୍ୟା ମାମଲା ଯେତିକି ଯେତିକି ଦିନ ଗଡୁଛି ସେତିକି ସେତିକି ଚକିତ କଲାଭଳି ତଥ୍ୟ ସାମ୍ନାକୁ ଅସୁଛି । ଗୋପାଳ ଦାଶଙ୍କ ଓ କୋଇଲା ବେପାରିଙ୍କ ସହ ଲିଙ୍କ୍ ଥିବା ଜଣାପଡିଛି । ଶୁକ୍ରବାର ଦିନ କ୍ରାଇମବ୍ରଞ୍ଚ ଅଧିକାରୀମାନେ ଗାନ୍ଧୀ ଛକ ଫାଣ୍ଡି ଭିତରେ ଥିବା ଏକ କାର ଜବତ କରିଛନ୍ତି । ଏହି କାରଟି ଗୋପାଳ ଦାସ ଚଢୁଥବା ଜଣା ପଡିଛ । ଏହି କାର ଭିତରୁ ଗୋଟିଏ ଡାଏରି ଜବତ ହୋଇଛି । ଯେଉଁଥିରେ ଅନେକ ଗୋପନିୟ ତଥ୍ୟ ଥିବା ଜଣା ପଡିଛି । ଗୋପାଳ ନିଜେ କାରର ଆଗ ସିଟ୍‌ରୁ କିଛି ଡାଏରି ଓ ପଛରୁ କିଛି କାଗଜପତ୍ର ନିଜେ ବାହାର କରି ତଦନ୍ତ କାରି ସଂସ୍ଥାକୁ ଦେଇଛନ୍ତି । ତେବେ ଏଠି ସବୁ ଠାରୁ ବଡ ପ୍ରଶ୍ନହେଉଛି ମିଳିଥିବା ଡାଏରି ହାତଲେଖା ଗୋପାଳଙ୍କ ହାତଲେଖାଙ୍କ ମିସୁଛି କି ? ପାଇଖାନା ଟାରଙ୍କିରୁ ମିଳିଥିବା କାଗଜ ଖଣ୍ଡ ସହ ଡାଏରିର ହାତ ଲେଖା ମିସୁଛି କି ? ଏମିତି ଅନେକ ପ୍ରଶ୍ନ ଉଠାଇଲାବେଳେ ତଦନ୍ତ କାରି ସଂସ୍ଥା କିଛି ସ୍ପଷ୍ଟ କରି ନାହିଁ । ତେବେ ଗତକାଲି ଯାଞ୍ଚ ସମୟରେ ଯେଉଁ କଥାଟି ତଦନ୍ତକାରୀ ଅଧିକାରୀମାନଙ୍କୁ ଆଚମ୍ବିତ କରିଛି, ତାହା ହେଲା- ଉକ୍ତ କାର୍ଟି ଜଣେ କୋଇଲା କଣ୍ଟ୍ରାକ୍ଟରଙ୍କର। ଏହି କାର୍ରେ ଗୋପାଳ ବିଭିନ୍ନ ସ୍ଥାନକୁ ଯାଆନ୍ତି। ହେଲେ କାହିଁକି ଓ କେଉଁ ସ୍ବାର୍ଥ ସାଧନ ହେଉଥିବା କାରଣରୁ ସଂପୃକ୍ତ କୋଇଲା କଣ୍ଟ୍ରାକ୍ଟର ଏହି କାର୍କୁ ଗୋପାଳଙ୍କୁ ଦେଇଥିଲେ ଓ ଗୋପାଳଙ୍କ ସହିତ ତାଙ୍କର ସଂପର୍କ କେତେ ନିବିଡ଼, ତାହା ତଦନ୍ତସାପେକ୍ଷ। କେବଳ ସେତିକି ନୁହେଁ, ଏହି ହତ୍ୟାକାଣ୍ଡ ସହିତ ସଂପୃକ୍ତ କୋଇଲା କଣ୍ଟ୍ରାକ୍ଟରଙ୍କର କିଛି ସଂପର୍କ ଅଛି କି ନାହିଁ, ତାହା ଉପରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଛନ୍ତି। ଏଥିସହିକ ମନ୍ତ୍ରୀଙ୍କ ହତ୍ୟା ପଛରେ କୋଇଲା ମାଫିଆଙ୍କ ହାତ ନାହିଁ ତ? ଏମିତି କିଛି ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ହେଲାଣି।

author

Related Articles

Leave a Reply

Your email address will not be published. Required fields are marked *