ନବୀନଙ୍କୁ ଚିଠି ଲେଖିଲେ…

ନବୀନଙ୍କୁ ଚିଠି ଲେଖିଲେ…

ସି.ବି.ଏସ.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାରେ ଫେଲ ହୋଇଥିବା ୮୮୫ ଜଣ ଛାତ୍ରଛାତ୍ରୀ ତାଙ୍କର ପରୀକ୍ଷା ଫଳର ପୁନଃବିଚାର ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ଉପଖଣ୍ଡରେ ସି.ବି.ଏସ.ଇ ଦ୍ୱାରା ପରିଚାଳିତ ଛଅ ଗୋଟି ବିଦ୍ୟାଳୟର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କି ପରୀକ୍ଷା ଫଳ ପ୍ରକାଶିତ ହୋଇନଥିଲା । ପରୀକ୍ଷା ଫଳ ପ୍ରକାଶ କରିବା ଦାବିରେ ଛାତ୍ରଛାତ୍ରୀ ମାନେ ଧାରଣା ଦେବା ପରେ ୩୦୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ହେଲେ ବାକିତକ ୮୮୫ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଳା ନାହିଁ ଯାହାକୁ ନେଇ ଅବିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ ଅଛନ୍ତି । ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ତାଙ୍କ ପରୀକ୍ଷା ଫଳ ପୁନଃ ଯାଞ୍ଚ ପାଇଁ ଆବେଦନ ମଧ୍ୟ କରି ପାରୁ ନାହାଁନ୍ତି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ଆଜି ପଦ୍ମପୁର ଗୋରୁ ବଜାରରୁ ଏକ ରାଲିରେ ବାହାରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାମହିମ ରାଷ୍ଟ୍ରପତି,ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର,ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ଓଡିଶା ସରକାର,ମାନ୍ୟବର ବିରୋଧୀ ଦଳ ନେତା ଓଡିଶା ବିଧାନ ସଭା ଓ ମାନ୍ୟବର ବିରୋଧି ଦଳ ନେତା ଲୋକସଭାଙ୍କ ଉଦେ୍ଦଶ୍ୟରେ ଦାବୀ ପତ୍ର ପ୍ରଦାନ କରିବା ସହ ତାଙ୍କ ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବା ପାଇଁ ଆବେଦନ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *