ନବୀନଙ୍କୁ ଝୁରିଲେ ମାଉସୀ ସମ୍ବଲପୁର ବୁଲୁଛନ୍ତି ମୋହନ

ନବୀନଙ୍କୁ ଝୁରିଲେ ମାଉସୀ ସମ୍ବଲପୁର ବୁଲୁଛନ୍ତି ମୋହନ

ରାଜଧାନୀରେ କାନ୍ଦୁଛନ୍ତି ଲୋକେ ସମ୍ବଲପୁର ,କେନ୍ଦୁଝର ବୁଲୁଛନ୍ତି ମୋହନ | ଅଭିଯୋଗ ପ୍ରକୋଷ୍ଠ ଖୋଲି କୁଆଡେ ଗଲେ ମୋହନ ଖୋଜୁଛନ୍ତି ଲୋକେ | ଶୁଣିଲେତ ମାଉସୀ ଜଣକ କହୁଛନ୍ତିି . ସେ ନିଜର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ମଧ୍ୟ ତାଙ୍କର ଦେଖା ପାଇପାରିନାହାଁନ୍ତି . କାରଣ ମୁଖ୍ୟମନ୍ତ୍ରୀ କେତେ ବେଳେ କେନ୍ଦୁଝର ଗସ୍ତରେ ଥାନ୍ତି ତ କେତେ ବେଳେ ସମ୍ବଲପୁର ଗସ୍ତରେ ତେଣୁ ତାଙ୍କର ଭେଟ ମିଳିନି ତେବେ ଲୋକଙ୍କ ସମସ୍ୟା ବୁଝିବ କିଏ ? ତେବେ ନିକଟରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିବା ବେଳେ ସମ୍ବଲପୁର ମହାନଗର ନିଗମ ଦୁର୍ଗାପାଲି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ .ପଶ୍ଚିମ ଓଡ଼ିଶାବାସୀଙ୍କ ପାଖରେ ପହଂଚିଥିଲେ ଲୋକଙ୍କ ସରକାର . ପ୍ରଥମ ଥର ରାଜଧାନୀ ବାହାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ .ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ .

କିନ୍ତୁ ଅପରପକ୍ଷେ ବାରମ୍ବାର ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ହେବା ଯୋଗୁଁ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ଫେରିଯାଉଛନ୍ତି . ଯେତେବେଳେ ଓଡ଼ିଶାର କୋଣ ଅନୁକୋଣଣୁ ଲୋକେ ସମସ୍ୟା ଧରି ଭୁବନେଶ୍ୱର ଆସୁଛନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ କାହାଁକି ଗଲେ ତାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ . କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ କହିଛନ୍ତି କେବଳ ରାଜଧାନୀ ନୁହେଁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ . ଆଉ ଲୋକଙ୍କୁ ଆସିବା ଦରକାର ନାହିଁ ଏବେ ଲୋକଙ୍କ ସରକାର ଲୋକଙ୍କ ପାଖକୁ ଯିବେ .

author

Related Articles

Leave a Reply

Your email address will not be published. Required fields are marked *