ଦିଲ୍ଲୀରୁ ଫେରିଲେ ନବୀନ ଏୟାରପୋର୍ଟରେ ଜମିଲା ଭିଡ
ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ବିଜେଡି ସୁପ୍ରିମୋ
ଯବାନଙ୍କୁ କଲେ ଭୂରି ଭିରି ପ୍ରଂଶସା
ଭାରତ-ପାକ୍ ଯୁଦ୍ଧ ନେଇ କେନ୍ଦ୍ରରେ ଘନ ଘନ ବୈଠକ ବସୁଛି । ଶତ୍ରୁଦେଶ ପାକିସ୍ତାନକୁ ଅପରେସନ ସିନ୍ଦୂର ମାଧ୍ୟମରେ କଡ୍ଡା ଜବାବ ଦେଇଛି ଭାରତ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ଫେରିଲେ ନବୀନ ଭୁବନେଶ୍ୱର ବିମାନ ବନ୍ଦରରେ ଜମିଲା ଭିଡ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ରୁଷରେ ସମ୍ମାନିତ କରାଯାଇଥିଲା ଯେଉଁଥିପାଇଁ ଦିଲ୍ଲୀ ଗସ୍ତରେ ଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଫେରିବା ସମୟରେ ନବୀନଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ଭିଡ ଜମିଥିଲା । ନବୀନଙ୍କୁ ପାଖରେ ଦେଖି ଲୋକେ ଘେରିଯାଇଥିଲେ । ଏହାପରେ ଗଣମାଧ୍ୟମ ସାମ୍ନାରେ ନବୀନ ଭାରତୀୟ ସେନାଙ୍କୁ ଭୂରି ଭୂରି ପ୍ରଂଶସା କରିଥିଲେ । ଗତକାଲି ନବୀନ ଭାରତୀୟ ସେନାଙ୍କୁ ଅପରେସନ ସିନ୍ଦୂର ପାଇଁ ଶୁଭେଚ୍ଛା ଜଣାଇଥିଲେ ଆଉ ବର୍ତ୍ତମାନ ନବୀନ ଭାରତୀୟ ସେନାଙ୍କୁ ପ୍ରଂଶସା କରିଛନ୍ତି ।
ତେବେ ଯୁଦ୍ଧକୁ ନେଇ ସାରା ଭାରତ ସରଗରମ ରହିଥିବା ବେଳେ ରାଜନୈତିକ ଦଳମାନଙ୍କର କନ୍ଦଳ ଓ ରଣନୀତି ସେତେଟା ସାମ୍ନାକୁ ଆସୁନାହିଁ । କାହିଁକିନା ସାରା ବିଶ୍ୱରେ ଗୋଟିଏ ଚର୍ଚ୍ଚା ଭାରତ ପାକିସ୍ତାନ ଯୁଦ୍ଧ । କିନ୍ତୁ ଓଡିଶାର ତିନି ରାଜନୈତିକ ଦଳମାନଙ୍କ ସ୍ଥିତି ଉପରେ ସେତେଟା ଦୃଷ୍ଟି ଆକର୍ଷଣ କରାଯାଉନାହିଁ । ପୂର୍ବରୁ ଯେତେବେଳେ ବାରମ୍ୱାର ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଗଣମାଧ୍ୟମରେ ନାନା କଥା କୁହାଯାଉଥିଲା ଏବେ କିନ୍ତୁ ତାହା ଥମି ଯାଇଛି । ଯଦିଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ମାନୀତି ହେବା ପାଇଁ ନବୀନ ଦିଲ୍ଲୀ ଗସ୍ତ କରିଥିଲେ କିନ୍ତୁ କୁହାଯାଉଛି କି ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ପଛରେ କୌଣସି ରାଜନୈତିକ ଉଦ୍ଧେଶ୍ୟ ରହିଛି । କାହିଁକିନା ଗୋଟିଏ ପଟେ ନବମ ଥର ପାଇଁ ନବୀନ ପଟ୍ଟନାୟକ ବିଜେଡି ସଭାପତି ହୋଇଛନ୍ତି ଏବଂ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଗଠନ କରିଛନ୍ତି । ବରିଷ୍ଠ ଓ ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଏ ସବୁ ପରେ ନିଜ ଦଳ ପାଇଁ କିଛି ନୂଆ ରଣନୀତି ପ୍ରସ୍ତୁତ କରିବା ଉଦ୍ଧେଶ୍ୟରେ ନବୀନ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି ।