ନବୀନଙ୍କୁ ଦେଖିବାକୁ ଭିଡ ଜମାଇଲେ ଲୋକେ..

ନବୀନଙ୍କୁ ଦେଖିବାକୁ ଭିଡ ଜମାଇଲେ ଲୋକେ..

ରାତି ଅଧିରେ ନବୀନ ନିବାସରେ ଜମିଲା ପ୍ରବଳ ଭିଡ । ନବୀନଙ୍କୁ ଦେଖିବାକୁ ଭିଡ ଜମାଇଲେ ଲୋକେ । ହଁ ଆଜ୍ଞା, ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । କିପରି ନବୀନ ନିବାସରେ ସାଧାରଣ ଜନତାଙ୍କ ଭିଡ ପରିଲକ୍ଷିତ ହେଉଛି । ନବୀନଙ୍କୁ ଭେଟିବାକୁ ଏବଂ ତାଙ୍କଠାରୁ ପରାମର୍ଶ ନେବାକୁ ଲୋକଙ୍କ ସୁଅ ଛୁଟୁଛି । ଆଉ ନବୀନ ସେମାନଙ୍କୁ ଭେଟିବା ସହ ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିବା ଜଣାପଡିଛି ।

ତେବେ ହାରିବା ପରଠାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସର ଗେଟ ସାହାଣ ମେଲା କରିଦେଇଛନ୍ତି । ଦିନ ରାତି ସବୁବେଳେ ନବୀନ ନିବାସରେ ଭିଡ ଜମୁଛି । ତୃଣମୂଳ ସ୍ତରରେ କାମ କରୁଥିବା ଦଳର ନେତା ଏବଂ କର୍ମୀ ମାନେ ଆସି ନବୀନ ନିବାସରେ ଦଳର ସୁପ୍ରିମୋ ଙ୍କୁ ଭେଟିବା ସହିତ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ନବୀନଙ୍କୁ ଅଗବତ କରାଉଛନ୍ତି । ଏପରିକି ସାଧାରଣ ଜନତା, ଏସଏଚଜି ଗ୍ରୁପର ମହିଳା, ସଫେଇ କର୍ମୀ ମାନେ ମଧ୍ୟ ନବୀନ ନିବାସ ଆସି ନବୀନଙ୍କୁ ଭେଟୁଥିବାର ଏବଂ ତାଙ୍କୁ ନିଜ ସମସ୍ୟା ଜଣାଉଥିବାର ଦେଖିବାକୁ ମିଳିଛି । ଆଉ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହେଉଛି ।

ଅନ୍ୟପଟେ ଖୋର୍ଦ୍ଧାରେ ଚଳିତ ଥର ପଦ୍ମ ଫୁଟିଛି । ବିଜେଡିରୁ ବିଜେପିକୁ ଆସିଥିବା ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଗଡର ରାଜା ସାଜିଛନ୍ତି । ସେହିପରି ସାଂସଦ ମଧ୍ୟ ବିଜେପିର । କିନ୍ତୁ ଏହି ଦୁଇ ଜଣଙ୍କୁ ଛାଡି ନବୀନଙ୍କ ପାଖକୁ ଲୋକଙ୍କ ସୁଅ ଛୁଟିବା କିଛି ଅନ୍ୟ ଦିଗକୁ ଇସାରା ମଧ୍ୟ କରୁଛି । ଏବଂ ଖୋର୍ଦ୍ଧାରେ ବିଜେଡି ଦୁର୍ବଳ ନଥିବା ଆଶଙ୍କା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *