ନବୀନଙ୍କୁ ଦୋଷଦେଇ ନିଜେ ଫସିଗଲେ ଏବେ ଇସ୍ତଫା ଦେବେ ମନ୍ତ୍ରୀ !

ନବୀନଙ୍କୁ ଦୋଷଦେଇ ନିଜେ ଫସିଗଲେ ଏବେ ଇସ୍ତଫା ଦେବେ ମନ୍ତ୍ରୀ !
  • ବିଧାନସଭାରେ ଦରଦାମ ବୃଦ୍ଧି ଝଡ,ମୁଣ୍ଡରେ ହାତଦେଲେ ମୋହନ
  • ଉଠିଲା ପଡିଲା ବିଧାନସଭା, ନବୀନଙ୍କ ପାଇଁ ବାହାରିଲେ 51 ବିଧାୟକ
  • ବିଧାୟକ କହିଲେ ଇସ୍ତଫା ଦିଅନ୍ତୁ ମନ୍ତ୍ରୀ
  • ନବୀନଙ୍କୁ ଦୋଷ ଦେଲେ ଏବେ ନିଜେ ଫସିଗଲେ

ଓଡିଶା ରାଜନୀତିରେ ଏବେ ଗୋଟିଏ ଚର୍ଚ୍ଚା ଦରଦାମ ବୃଦ୍ଧି । କେବଳ ଆଳୁ ନୁହେଁ ବରଂ ପିଆଜ,ରସୁଣ,ଡାଲି ତେଲ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢୁଛି । କାହିଁକି ଦରଦାମ ଏତେ ବୃଦ୍ଧି ପାଉଛି ? କାହିଁକି ଏହା ସରକାରଙ୍କ ନିୟନ୍ତ୍ରଣ ବାହାରେ ? ଖାଦ୍ୟ ସମସ୍ୟାକୁ ନେଇ ଆଉ କେତେ ଦିନ ହନ୍ତସନ୍ତ ହେବେ ଜନତା ? ହଁ ଆଜ୍ଞା ବିଧାନସଭା ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଶାସକ ଦଳକୁ ଘେରିବା ପାଇଁ ବିରୋଧିଙ୍କ ପାଇଁ ମୁଖ୍ୟ ଅସ୍ତ୍ର ସାଜିଛି ଏହିସବୁ ପ୍ରଶ୍ନ । ଦୀର୍ଘ ଛଅମାସ ହୋଇଯିବ ବିଜେପି ସରକାର ଆସିବା ଦିନୁ ଦରଦାମ ବଢୁଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କ ବୟାନ ବାଜି ଏବଂ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଦୋଷ ଦେବାପରେ ରାଜନୀତି ତେଜିବାରେ ଲାଗିଛି । ବିଧାନସଭା ଗୃହରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ବିଜେଡି ବିଧାୟକ ବ୍ୟମୋକେଶ ରାୟ ।

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଠାରୁ ଆରମ୍ଭ କରି ଯେ ଦରଦାମ ବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ନିକଟରେ ତିନିଦିନିଆ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିନ୍ତୁ ରାଜ୍ୟରେ ଚାଲୁଥିବା ଏହି ସମସ୍ୟା ବିଷୟରେ ମୋଦିଙ୍କ ମୁହଁରୁ ପଦୁଟିଏ ବି ଶୁଣିବାକୁ ମିଳିଲା ନାହିଁ । ନିଜର ବିଧାୟକ ମନ୍ତ୍ରୀ ସାଂସଦ ମାନଙ୍କୁ କେଉଁ ମନ୍ତ୍ର ଦେଇଗଲେ ହେଲେ ଓଡିଶାର ଏହି ସମସ୍ୟା କଥା ବୁଝିବ କିଏ ?

ଅତ୍ୟାବଶ୍ୟକ ଜିନିଷର ଦର ଦାମ ବୃଦ୍ଧି ସାଧାରଣ ଖାଉଟିଙ୍କୁ କନ୍ଦାଉଥିବା ବେଳେ ନୂଆ କରି ସରକାର ଗଢିଥିବା ଭାରତୀୟ ଜନତା ପାର୍ଟିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ରାଜ୍ୟରେ ବିଜେପି ସରକାର ଆସିବା ଦିନୁ ଆଳୁ ରେଟ 30 ଟଙ୍କାରୁ କମ ହେଉନାହିଁ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପାରିବା ପଣିଆ ଉପରେ ନାନା ପ୍ରଶ୍ନ ଉଠିଲାଣି । କେବଳ ବିଧାନସଭାରେ ବିରୋଧି ବିଧାୟକ ନୁହଁନ୍ତି ବରଂ ରାଜନୈତିକ ସମୀକ୍ଷକ ମାନେ ମଧ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇଲେଣି । ରାଜ୍ୟରେ ଦରଦାମକୁ ନିୟନ୍ତ୍ରଣ କରିବାରେ ଏ ସରକାର କେବେ ସଫଳ ହେଉଛି କେବଳ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *