ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନେଇ ବଡ ଭବିଷ୍ୟବାଣୀ କଲା ମାଳିକା । ମାଳିକାରେ ଅଛି ସାଙ୍ଘାତିକ ତଥ୍ୟ ଏବେ କଣ ହେବ ରାଜ୍ୟର ଅବସ୍ଥା । ମୋହନଙ୍କ ଆସନ ଛଡାଇ ନେବେ ନବୀନ । ହଁ ଦର୍ଶକବନ୍ଧୁ ମାଳିକା ବଚନ କେ କରିବ ଆନ । ମାଳିକାରେ ଯାହା ଲେଖାଥାଏ ତାହା ଦିନେ ନା ଦିନେ ସତ ହୋଇଥାଏ । ମାଳିକାର ଲେଖା ଅନୁଯାୟୀ ଓଡିଶାର ରାଜନୈତିତ ପାଣି ପାଗ ବଦଳିପାରେ ।
2024 ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ହରାଇ ଭାରତୀୟ ଜନତା ପାର୍ଟି ସରକାର ଗଢିଲା । 10 ମାସ ହୋଇଯିବ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଶାସନ ଚାଲିଛି । କିନ୍ତୁ ନିଜକୁ ଲୋକଙ୍କ ସରକାର କହି ବୋଲାଉଥିବା ବିଜେପି ଉପରେ ଏବେ ସାଧାରଣ ଜନତା ନିଜର ଅସନ୍ତୋଷ ବ୍ୟକ୍ତ କଲେଣି । ତେବେ ଓଡିଶାରେ ସରକାର ପରିବର୍ତ୍ତନ ହେବା ପରେ ଏବେ ଲୋକମାନେ ଅପେକ୍ଷା କରିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ଗାଦିରେ କେବେ ନବୀନ ପଟ୍ଟନାୟକ ବସିବେ । କାହିଁକିନା ଜନପ୍ରିୟ ନେତା ଭାବେ ଏବେ ବି ନବୀନ ପଟ୍ଟନାୟକଙ୍କ କ୍ରେଜ ସେମିତି ହିଁ ରହିଛି । ନବୀନଙ୍କ କ୍ରେଜକୁ ଭେଦ କରିବାରେ ଏ ସରକାର ଅସଫଳ ହେଉଛି । ଆଉ ଯେଉଁଥିରୁ ପ୍ରମାଣ ହେଉଛି କି 600 ବର୍ଷ ପୂର୍ବେ ମାଳିକାରେ ଲେଖାଥିବା ଗୋଟି ଗୋଟି କରି ସବୁ ଲେଖା ସତ ହେବାକୁ ଯାଉଛି ।
ବାତ୍ୟା,ବନ୍ୟା ଓ ଭୂମିକମ୍ପକୁ ନେଇ ମାଳିକା ଅନେକ ଭବିଷ୍ୟବାଣୀ କରିଥାଏ । ଆଉ ଓଡିଶାର ରାଜନୈତିକ ଚିତ୍ରକୁ ନେଇ ମାଳିକାରେ ଏପରି କିଛି ବର୍ଣ୍ଣିତ ହୋଇଛି ଯେ ପୁଣିଥରେ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ ନବୀନ । ଏବେ ବେ ସାଧାରଣ ଜନତା ନବୀନଙ୍କୁ ଝୁରି ହେଉଛନ୍ତି । ବର୍ତ୍ତମାନର ସରକାର ଯେଉଁଭଳି ଭାବେ ପୂର୍ବର ସରକାରଙ୍କ ଯୋଜନା ନାମ ଓ ରଙ୍ଗ ପରିବର୍ତ୍ତନ କରିବାରେ ଲାଗିଛନ୍ତି ତାହା ସାଧାରଣ ଜନତାଙ୍କୁ ଅତିଷ୍ଠ କରାଇଲାଣି । ଲୋକେ ଏବେ ମୋହନ ନୁହଁନ୍ତି ବରଂ ନବୀନ ଆମ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଲେଣି । ତେବେ ଦେଖିବାକୁ ବାକି ରହିଲା ମାଳିକା କରିଥିବା ଏହି ଭବିଷ୍ୟବାଣୀ କେବେ ସତ ହେଉଛି ।