ନବୀନଙ୍କୁ ବହେ ଶୁଣେଇଲେ ମୋହନ !

ନବୀନଙ୍କୁ ବହେ ଶୁଣେଇଲେ ମୋହନ !

ନଆସି ପାପ କରିଛନ୍ତି ନବୀନ ! ବିଜୁଙ୍କ ସ୍ବପ୍ନ ଭୁଲିଛନ୍ତି ନବୀନ ! ବିଜୁଙ୍କ ସ୍ୱପ୍ନ ପୂରଣ କରିବେ ମୋହନ ! ଗତକାଲି ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ . ଏଥିରେ ଭାଗ ନେବାକୁ ବିରୋଧୀ ଦଳ ନେତା ନବୀନଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ହେଲେ କାର୍ଯ୍ୟକ୍ରମକୁ ଆସିନଥିଲେ ନବୀନ ଯାହାଫଳରେ ରାଗିଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ଏବଂ ନାଁ ନନେଇ କହିଥିଲେ ଯେଉଁମାନେ ନିମନ୍ତ୍ରଣ ସତ୍ୱେ ବିଜୁ ବାବୁଙ୍କ କାର୍ଯ୍ୟକ୍ରମକୁ ଆସିନାହାନ୍ତି ସେମାନେ ପାପ କରିଛନ୍ତି . ଏହା ସହ ନବୀନଙ୍କ ସମେତ ବିଜେଡ଼ିକୁ ଟାର୍ଗେଟ କରି ମୋହନ କହିଥିଲେ ବିଜୁ ବାବୁଙ୍କ ସ୍ବପ୍ନକୁ ଭୁଲିଯାଇଛି ବିଜେଡି . ବିଜୁ ବାବୁଙ୍କ ସ୍ବପ୍ନ ଥିଲା ମାକୁ ସମ୍ମାନ ଓ ଗାଁ କୁ କାମ . ହେଲେ ବିଜେଡି ସରକାର ମହିଳା ମାନଙ୍କୁ ସମ୍ମାନ ଦେବାରେ ସମ୍ପୂର୍ଣ ରୂପରେ ବିଫଳ ହେଇଛି .ସେହିପରି ଭାବରେ ଗାଁ ରେ ଲୋକଙ୍କୁ କାମ ମିଳୁନଥିଲା ବେଳେ ଗ୍ରାମଞ୍ଚଳରେ କାମ ଗୁଡିକ ମେସିନ କରୁଥିଲା .ହେଲେ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବ ବିଜେପି ସରକାର . ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ସହାୟତା ଦେଇ ସ୍ୱାବଲମ୍ବୀ କରିଛି ବିଜେପି ସରକାର . ସେହିପରି ଗ୍ରାମଞ୍ଚଳର ଲୋକ ମାନଙ୍କୁ କର୍ମନିଯୁକ୍ତି ଦେବାକୁ ବିଜେପି ସରକାର ପ୍ରତିଶୃତିବଦ୍ଧ . କୁହାଯାଉଛି ଯେ ବିରୋଧୀ ଦଳ ନେତା ନବୀନଙ୍କୁ ନିମନ୍ତ୍ରଣ କରିବା ସତ୍ୱେ ସେ ଆସିନଥିବାରୁ ରାଗିଯାଇଥିଲେ ମୋହନ . ତେବେ ଦେଖିବାକୁ ବାକିରହିଲା କଣ ସତରେ ବିଜୁବାବୁଙ୍କ ସ୍ବପ୍ନ ପୂରଣ କରୁଛନ୍ତି ମୋହନ ?

author

Related Articles

Leave a Reply

Your email address will not be published. Required fields are marked *