ନିକଟରେ ବ୍ୟାସନଗର ପୈାରପରିଷଦର କାଉନସିଲରମାନଙ୍କୁ ଭେଟିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ . ସେମାନଙ୍କଠାରୁ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ବିକାଶମୂଳକ କାର୍ଯ୍ୟଜାରି ରଖିବାକୁ ପରାମର୍ଶ ଦେଇଥିଲେ . ଯଦି ଆମେ ଦେଖିବା ସରକାର ପରିବର୍ତନ ହେବା ପରେ ବିଭିନ୍ନ ସ୍ଥାନରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଗ୍ରାସରୁଟ ଲେବଲରେ ସରକାର ଭାଙ୍ଗିଯାଉଛି .
ତେବେ ଏହା କିଛି ନୂଆ ଘଟଣା ନୁହେଁ ଯେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କର୍ମୀ ମାନେ ଭେଟିଛନ୍ତି . ପୂର୍ବରୁ ମଧ୍ୟ ଏପରି କର୍ମୀ ମାନେ ନବୀନଙ୍କୁ ଦେଖାକରିଥିବା ଦେଖିବାକୁ ମିଳିଛି. ତେବେ ଖାଲି କର୍ମୀ କାହଁକି ? କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ସମସ୍ତଙ୍କୁ ଘାରିଛି ବିଜେଡ଼ି ପୁରି ଥରେ ଆଗପରି ଦୃଢ଼କରିବା ଚିନ୍ତା .ସେ ନବୀନ ନିବାସ ହେଉକି ଶଙ୍ଖ ଭବନରେ ବିଭିନ୍ନ ସମୟରେ ବୈଠକ ଚାଲୁଥିବା ଦେଖିବାକୁ ମିଳିଛି .
ତେବେ ଯଦି ଆମେ ଦେଖିବା ୨୪ନିର୍ବାଚନ ପରେ କେବଳ ବିଜେଡ଼ି ନୁର୍ହେ ନୂଆ କରି ସରକାର କରିଥିବା ବିଜେପି ଉଭୟ ଦଳକୁ ଘାରିଛି ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ଚିନ୍ତା . ଉଭୟ ଦଳ ତୃଣମୂଳ ସ୍ତରରେ ଦଳକୁ ଶକ୍ତ କରିବା ପାଇଁ ଲାଗିପଡ଼ିଛନ୍ତି . ଯଦି ଆମେ ଦେଖିବା ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯାଜପୁର ଗସ୍ତ ସମୟରେ ବ୍ୟାସସରୋବ ଉଦଘାଟନ କରିବା ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ .