ନବୀନଙ୍କୁ ଭେଟିବାକୁ ଲାଗିଲା ଲମ୍ବା ଧାଡି…

ନବୀନଙ୍କୁ ଭେଟିବାକୁ ଲାଗିଲା ଲମ୍ବା ଧାଡି…

ଖାଁ ଖାଁ ବିଜେପି ପାର୍ଟି ଅଫିସ୍ । ପୁଣି ନବୀନଙ୍କୁ ଭେଟିବାକୁ ଲାଗିଲା ଲମ୍ବା ଧାଡି । ନବୀନ ନିବାସରେ ନବୀନଙ୍କୁ ଘେରିଗଲେ ଶହ ଶହ କର୍ମୀ । ହଁ ଆଜ୍ଞା, ୧୦ ମାସ ହେବ ସର୍ବ ସାଧାରଣଙ୍କ ପାଇଁ ନବୀନ ନିବାସର ଦୁଆର ସାହାଣ ମେଲା ହୋଇଥିବା ବେଳେ ଅଧିକାଂଶ ସମୟରେ ଏଠାରେ ଭିଡ ଜମୁଛି । ଦଳର ଛୋଟ ବଡ କର୍ମୀମାନେ ନବୀନ ନିବାସ ଆସିବା ସହ ଦଳର ସଭାପତିଙ୍କୁ ଭେଟୁଥିବାର ନଜର ଆସୁଛନ୍ତି । ଦୀର୍ଘ ବର୍ଷ ଧରି ଯେଉଁ ନବୀନଙ୍କ ଦେଖା ପାଇବା ପାଇଁ କର୍ମୀମାନେ ଚାହିଁ ରହିଥିଲେ ସେହି ନବୀନ ସେମାନଙ୍କ ପାଖକୁ ଆସି ଭେଟିବା ସହ ସେମାନଙ୍କ ସହ ଆଲୋଚନା କରୁଥିବା ନଜର ଆସୁଛନ୍ତି । ଯାହା କର୍ମୀମାନଙ୍କ ମନରେ ଜୋସ ଭରିବା ସହ ଦଳ ପାଇଁ କାମ କରିବାକୁ ଆହୁରି ପ୍ରୋତ୍ସାହିତ କରୁଛି ।

ତେବେ ଦଳର ସଭାପତି ନବୀନ ପଟ୍ଟନାୟକ ପୁଣି ଥରେ ସଭାପତି ଦାୟିତ୍ୱ ଗ୍ରହଣ କରିଥିବାରୁ ଏବେ ବି ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଉ ଏହି କ୍ରମରେ କାମାକ୍ଷାନଗର ଏନଏସିର ଅଧ୍ୟକ୍ଷ, କାଉନସିଲର, ଏବଂ ଅନ୍ୟ ନେତୃବୃନ୍ଦମାନେ ନବୀନ ନିବାସ ଆସି ନବୀନଙ୍କୁ ଶୁଭେଚ୍ଛା ଜଣାଇଥିବା ନଜର ଆସିଛନ୍ତି । ସମସ୍ତେ ଶୃଙ୍ଖଳିତ ଭାବରେ ଛିଡା ହୋଇ ନବୀନଙ୍କୁ ଭେଟିବା ସହ ନବୀନ ସେମାନଙ୍କ ସହ ଆଲୋଚନା କରିଥିଲେ । ଏବଂ ଦଳ ପାଇଁ ଏହିପରି କାମ କରିବା ନେଇ ପରାମର୍ଶ ଦେଇଥିବା କୁହାଯାଉଛି ।

ଅନ୍ୟପଟେ କିନ୍ତୁ ବିଜେପି ପାର୍ଟୀ ଅଫିସରେ ସୋର ଶବଦ କିଛି ଶୁଭୁନି । ଏବେ ବି ରାଜ୍ୟ ସଭାପତି ପଦ ପାଇଁ ଦଳରେ ଟଣାଓଟରା ଚାଲିଥିବା ବେଳେ ବିଧାୟକ ସାଂସଦ ଏବଂ ମନ୍ତ୍ରୀଙ୍କ ମଧ୍ୟରେ ସମନ୍ୱୟ ରହୁନି । ନିଜ ନିଜ ସଙ୍ଗଠନକୁ ନେଇ ଆଗେଇ ଚାଲିଛନ୍ତି ବିଜେପି ନେତା । ଏହା ସହିତ ମନ୍ତ୍ରୀ ପଦ ଏବଂ ନିଗମ ବୋର୍ଡ ପାଇଁ ନେତା ଚୟନ ହୋଇପାରୁନଥିବାରୁ ଏହାକୁ ନେଇ ମଧ୍ୟ କନ୍ଦଳ ରହିଛି । ଯେଉଁ କାରଣରୁ ଦଳରେ କିଛି ବି ଠିକ୍ ଚାଲୁନଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *