ନବୀନଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ…

ନବୀନଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସି ଭେଟିଲେ ସ୍ପେନର ରାଷ୍ଟ୍ରଦୂତ । ନବୀନ ନିବାସ ଆସି ନବୀନଙ୍କୁ ସ୍ପେନର ରାଷ୍ଟ୍ରଦୂତ ଜୁଆନ ଆଣ୍ଟୋନିଓ ମାର୍ଚ୍ଚ ପୁଜଲ ଭେଟିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ମଧ୍ୟ ଚାଲିଥିବା ଶୁଣିବାକୁ ମିଳୁଛି । କ୍ରୀଡା, ପର‌୍ୟ୍ୟଟନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମି ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଓଡିଶାର ସଫଳତାର ପ୍ରଶଂସା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ । ଏପରିକି ସ୍ପେନ ରାଷ୍ଟ୍ରଦୂତଙ୍କୁ ଓଡିଶାର ପ୍ରାକୃତିକ ସୌନ୍ଦର‌୍ୟ୍ୟ ଏବଂ ଐତିହ୍ୟର ଭଣ୍ଡାର ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିବା ମଧ୍ୟ କୁହାଯାଉଛି। ଏଥି ସହିତ ଜୁଆନଙ୍କୁ ନବୀନ ଉପହାର ସଦୃଶ କୋଣାର୍କ ଚକ୍ର ପ୍ରଦାନ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ହାରିବା ପରେ ବି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସହ ଦେଶ ବାହାରୁ ବଡ ବଡ ବ୍ୟକ୍ତିତ୍ୱ ଭେଟିବାକୁ ଆସୁଥିବା ନଜର ଆସିଛି । ବିଶ୍ୱ ପ୍ରସିଦ୍ଧ ଖେଳାଳିଙ୍କ ଠାରୁ ଆରମ୍ଭ କରି ବଲିଉଡ ଆକ୍ଟରମାନେ ବି ନବୀନଙ୍କୁ ଭେଟିବାକୁ ନବୀନ ନିବାସ ଆସିଥିବା ନଜିର ରହିଛି । ଏବଂ ନବୀନଙ୍କ ଓଡିଶା ପ୍ରତି ଅବଦାନକୁ ସମ୍ମାନ ସହ ପ୍ରଶଂସା ମଧ୍ୟ କରିଛନ୍ତି । ଯାହା ନବୀନଙ୍କ ସ୍ଥାନକୁ ଆହୁରି ଉଚ୍ଛା କରିଦେଉଛି । କିନ୍ତୁ ଏପଟେ ଡବଲ ଇଞ୍ଜିନ ସରକାରର ଯେତେ ଡିଣ୍ଡିମ ପିଟିଲେ ମଧ୍ୟ ବିଜେପିକୁ ସେଭଳି କୌଣସି ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁନି ।

ଜିତିବା ପରଠାରୁ ବିଜେପି ନେତୃବୃନ୍ଦ ଓଡିଶାର ବିକାଶ ପାଇଁ ଦେଶ ବିଦେଶ ଗସ୍ତ କରୁଥିବା ବେଳେ ଓଡିଶାର ବିକାଶ ପାଇଁ କୋଟି କୋଟି ଟଙ୍କାର ନିବେଶ ଆଣୁଥିବା ପ୍ରଚାର ପ୍ରସାର କରୁଛନ୍ତି । ଏବଂ ବିଜେପି ସରକାରରେ ଓଡିଶାର ବିକାଶ ଡବଲ ହେବାନେଇ ଯୁକ୍ତି ବାଢୁଛନ୍ତିା କିନ୍ତୁ ଓଡିଶାରେ ରହି ଓଡିଶାର ବିକାଶ କରି ବିଶ୍ୱରେ ଓଡିଶାର ନାଁ ଯେ, ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ତାହା ଜାଣି ବି ସ୍ୱୀକାର କରିବାକୁ ବିଜେପି ନେତାମାନେ ଅମଙ୍ଗ ହେଉଛନ୍ତି । ଏବଂ କେବଳ ବିଜେପିର ପ୍ରଚାର ପ୍ରସାର କରିବାରେ ମାତିଛନ୍ତି । କିନ୍ତୁ ବିଭିନ୍ନ କ୍ଷେତ୍ରରେ ଓଡିଶା ପ୍ରତି ଥିବା ନବୀନଙ୍କ ଅବଦାନକୁ ଯେ, ଦେଶ ବାହାରୁ ଆଜି ବି ପ୍ରଶଂସା କରାଯାଉଛି ତାହା ତ ଏହି ଦୃଶ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *