ନବୀନଙ୍କୁ ମିଠା ଖୁଆଇଲେ ଲୋକେ

ନବୀନଙ୍କୁ ମିଠା ଖୁଆଇଲେ ଲୋକେ

ନୂଆ ରୂପରେ ଫେରିଲେ ବବି ନୂଆ ଟିମ ଗଢିବା ପରେ ଫୁଲ ଜୋସରେ ବିଜୁ ଜନତା ଦଳ । ଦଳର ବରିଷ୍ଠ ଓ ଯୁବ ନେତତ୍ୱଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦାୟିତ୍ୱ ବାଣ୍ଟୁ ବାଣ୍ଟୁ ଆକ୍ସନ ମୁଡରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ବିଜେଡିର ବରିଷ୍ଠ ଯୁବ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ରାଜ୍ୟ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ବବିଙ୍କ ବାସଭବନରେ ଜମିଛି ଶୁଭେଚ୍ଛୁଙ୍କ ସୁଅ ।

ବିଜେଡିର ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ ହେବା ପରେ ବବିଙ୍କ ବାସଭବନରେ ବିଜେଡି ସମର୍ଥକଙ୍କ ସୁଅ ଛୁଟିଛି । ଶହ ଶହ ସଂଖ୍ୟାରେ ବିଜେଡିର ଦଳୀୟ କର୍ମୀ ଓ ସାଧାରଣ ଜନତା ମାନେ ବବିଙ୍କୁ ତାଙ୍କ ବାସଭବନରେ ପହଞ୍ଚି ମିଠା ବାଣ୍ଟିବା ସହିତ ଖୁସି ବାଣ୍ଟିଥିଲେ । ଦଳୀୟ ମହଲରେ ଉତ୍ସାହ ଉଦ୍ଦୀପନା ବଢୁଥିବାର ଦେଖିବାକୁ ମିଳିଛି ।

ତେବେ ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷ ଛେଦନ କରାଯାଇଥିବା ନେଇ ନାନା ଚର୍ଚ୍ଚା ହେଲା । ବିଜେଡିରେ ବବିଙ୍କୁ ଆଉ ସେତେଟା ଗୁରୁତ୍ୱ ମିଳୁନାହିଁ । ବବିଙ୍କ ପାଇଁ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡିଲା ଏମିତି ନାନା ଚର୍ଚ୍ଚା ଭିତରେ ପୁଣିଥରେ ନିଜର ପାୱାରକୁ ଫେରିଛନ୍ତି ପ୍ରଣବ ପ୍ରକାଶ ଦାସ । ଗତ ନିର୍ବାଚନରେ ସମ୍ୱଲପୁର ସଂସଦୀୟ କ୍ଷେତ୍ରରୁ ହାରିଯାଇଥିଲେ ସୁଦ୍ଧା ଏବେ ବି ବବିଙ୍କ ଲୋକପ୍ରିୟତା ସେମିତି ରହିଛି । କେବଳ ଯାଜପୁର ନୁହେଁ ବରଂ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରଣବ ନିଜର ଦଦବବାକୁ ବଜାୟ ରଖିଛନ୍ତି । ଯାହାପରେ ବିଜେଡି ମୁଖିଆଙ୍କ ପ୍ରିୟ ହେବା ସହିତ ଜନତାଙ୍କ ପ୍ରିୟ ହୋଇପାରିଛନ୍ତି ପ୍ରଣବ ପ୍ରକାଶ ଦାସ । ଆଉ ଏବେ ନୂଆ ଦାୟିତ୍ୱ ମିଳିବା ପରେ ବିଜେଡି ତଥା ବବିଙ୍କ ସମର୍ଥକଙ୍କ ମଧ୍ୟରେ ଭରି ହୋଇଥିବା ଉତ୍ସାହ ବବିଙ୍କ ଲୋକପ୍ରିୟତାର ସ୍ପଷ୍ଟ ଉଦାହରଣ ।

ଗୋଟିଏ ପଟେ ବବିଙ୍କ ବାସଭବନରେ ତାଙ୍କ ସମର୍ଥକମାନେ ମିଠା ବାଣ୍ଟିଲେଣି କିନ୍ତୁ ଏପଟେ ଦଳର ସଙ୍ଗଠନ ନେଇ ଏବେ ବି ଦ୍ୱନ୍ଦରେ ମୋହନ । ନା ରାଜ୍ୟ ସଭାପତି ଅଙ୍କ ଛିଣ୍ଡି ପାରୁଛି ନା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରୁଛି । ତେବେ ଦେଖିବାକୁ ବାକି ରହିଲା କେବେ ବିଜେପି ପାର୍ଟି ଅଫିସରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଓ ଦାୟିତ୍ୱ ନେବା ପରେ ଶାସକ ଦଳକୁ ଘାଇଲା କରିବା ପାଇଁ କଣ କରୁଛନ୍ତି ପ୍ରଣବ ପ୍ରକାଶ ଦାସ ।

author

Related Articles

Leave a Reply

Your email address will not be published. Required fields are marked *