ନବୀନଙ୍କ ଆଗରେ ରଣହୁଙ୍କାର ଦେଲେ ମନ୍ମଥ-ଲେଖାଶ୍ରୀ

ନବୀନଙ୍କ ଆଗରେ ରଣହୁଙ୍କାର ଦେଲେ ମନ୍ମଥ-ଲେଖାଶ୍ରୀ

ପ୍ରତିଷ୍ଠା ଦିବସରେ ମହିଳାଙ୍କ ହୁଳହୁଳିରେ କମ୍ପିଲା ଶଙ୍ଖଭବନ । ନବୀନ ଦେଲେ ମନ୍ତ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ବିଜେଡି ନେତା । ଡିସେମ୍ବର ୨୬ ତାରିଖରେ ବିଜେଡି ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରିବା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମସ୍ତ ନେତା ଏବଂ କର୍ମୀଙ୍କୁ ସରକାରଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ମନ୍ତ୍ର ଦେଇଛନ୍ତି । ଯାହାର ଆରମ୍ଭ ପ୍ରତିଷ୍ଠା ଦିବସରୁ ହିଁ ବିଜେଡି ନେତାମାନେ ଆରମ୍ଭ କରିଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବା ସହ ମଞ୍ଚରେ ବସିଥିଲେ ବିଜେଡି ସୁପ୍ରିମୋ । ଆଉ ନବୀନଙ୍କ ଆଗରେ ରଣହୁଙ୍କାର ଦେଉଥିଲେ ଜଣଙ୍କ ପରେ ଜଣେ ନେତା । ଖାସ କରି ମନ୍ମଥ ରାଉତାୟ ଏବଂ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉଗ୍ରରୂପ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଛି । ନବୀନଙ୍କ ଆଗରେ ହିଁ ଏହି ଦୁଇ ନେତା ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଥିବା ଦେଖିବାକୁ ମିଳିଛି ।
ତେବେ ଏହି ଦୁଇ ଜଣ ନେତା ଏବେ ରାଜନୀତିରେ ଫୁଲ ଆକ୍ଟିଭ ରହୁଛନ୍ତିା ସେ ଜନ ସମ୍ପର୍କ ପଦ ଯାତ୍ରା ହେଉ ବା ସଭ୍ୟ ସଂଗ୍ରହ ଅଭିଯାନ ସବୁଥିରେ ସକ୍ରିୟ ରହିବା ସହ ବିଜେପି ବିରୁଦ୍ଧରେ ସ୍ୱର ଉଠାଇବାରେ ବି ଏମାନେ ଆଗରେ ରହିଛନ୍ତି । ତେଣୁ ଏମାନଙ୍କୁ ଆଗକୁ ଆଣି ବିଜେଡି ମାଷ୍ଟରଷ୍ଟ୍ରୋକ ଖେଳୁଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *