ନବୀନଙ୍କ ଇଏ କି ରୂପ ?

ନବୀନଙ୍କ ଇଏ କି ରୂପ ?

ଆକ୍ସନ ମୁଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ଏମିତି କଥା ଶୁଣି ସମସ୍ତେ ତାଜୁବ । ବିଧାନସଭାରେ ସିଧା ଉଠିଲେ ମୋହନଙ୍କୁ କଡା ଭାଷାରେ ସମାଲୋଚନା କଲେ ।
ଚକାଆଖି ସବୁ ଦେଖୁଛି । ଓଡିଶାର ସାଧାରଣ ଜନତା ସମସ୍ତେ ବୁଝିଗଲେଣି । ହଁ ଦର୍ଶକବନ୍ଧୁ ଏ କଥା ଆମରେ ନୁହେଁ ଏକଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର । ଖାଲି ସେତିକି ନୁହେଁ ବରଂ ରାଜ୍ୟ ସରକାର ଚାଷୀଙ୍କ ସହିତ ପ୍ରତାରଣା କରିଛନ୍ତି । ଡବଲ ଇଞ୍ଜିନ ସରକାରରେ ମଣ୍ଡିରେ ଧାନ ବିକ୍ରିରେ କଟନୀ ଛଟନୀ ହେଉଛି । ଏ ସରକାରର କଥା ଆଉ କାମରେ ଆକାଶ ପାତାଳ ଫରକ ରହୁଛି ।
ଆଇନ ଶୃଙ୍ଖଳା ବୋଲି ରାଜ୍ୟରେ କିଛି ନାହିଁ । ରାଜ୍ୟବାସୀ ଦରଦାମବୃଦ୍ଧିରେ ଆଜି ପର୍ଯ୍ୟନ୍ତ କଲବଲ ହେଉଛନ୍ତି । ରାଜଧାନୀରେ ଖୋଦ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏପରି ହତ୍ୟାକାଣ୍ଡ ଘଟିଲା । ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବିଜୁଳି କାଟ ଓଡିଶାକୁ ବଦନାମ କରିଛି । ଏମିତି କହି ମୋହନ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରି ନବୀନ କହିଲେ ଲୋକେ ସବୁ ଜାଣୁଛନ୍ତି ।

ମୋହନ ସରକାର ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବା ବଦଳରେ ଖାଲି ରାଜନୈତିକ ବୟାନ ବାଜି କରୁଛନ୍ତି । ପୂର୍ବତନ ମନ୍ତ୍ରୀଙ୍କ ଘରୁ ଚୋରି ଘଟଣା ନେଇ ବର୍ଷିଛନ୍ତି ନବୀନ । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଦରଦାମ ବୃଦ୍ଧି ବିରୋଧରେ ବିଜେଡି ଦୃଢ ଆନ୍ଦୋଳନ କରିଛି । ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା ନାହିଁ । ଆଠମାସର ସରକାରଙ୍କୁ ବିଜେଡି ସୁପ୍ରିମୋ ବିଧାନସଭାରେ ଏଭଳି କଟୁ ଭାଷାରେ ନିନ୍ଦା କରିଛନ୍ତି । ପୂର୍ବର ବିଧାନସଭା ଅଧିବେଶନରେ ନବୀନଙ୍କ ସକ୍ରିୟତାକୁ ନେଇ ନାନା ପ୍ରଶ୍ନ ଉଠୁଥିଲା । ବିଧାନସଭାରେ ସେତେଟା ସକ୍ରିୟ ରହୁନଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । କିନ୍ତୁ ଚଳିତ ବଜେଟ ଅଧିବେଶନରେ ନବୀନଙ୍କ ସକ୍ରିୟତା ଏବେ ରାଜ୍ୟ ରାଜନୀତିରେ ଚହଳ ପକାଇଛି । ବିରୋଧି ହୋଇ ଶାସକ ଦଳର ପାଟି ଚୁପ କରାଇଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *