ବାଲେଶ୍ୱରରେ ବିଜେଡି ନେତ୍ରୀ ଲେଖାଶ୍ରୀଙ୍କ ଗର୍ଜନ
ବିଜୁଙ୍କୁ ଅପମାନ ସହିବେନି ସାଧାରଣ ଜନତା
ନବୀନ ଦେଲେ ଇସାରା ରାସ୍ତାକୁ ଓହ୍ଲାଇଲେ ଶହ ଶହ ବିଜେଡି କର୍ମୀ
ହଁ ଦର୍ଶକବନ୍ଧୁ ଆଠମାସ ପରେ ବି କାମ ଦେଉନି ଡବଲ ଇଞ୍ଜିନ ସରକାର । ନବୀନଙ୍କ ଗୋଟିଏ ଇଙ୍ଗିତରେ ରାସ୍ତାକୁ ଓହ୍ଲାଇଲେ ବିଜେଡିର ଶହ ଶହ କର୍ମୀ ଓ ନେତା । ବିଜୁ ଜୟନ୍ତୀ ପୂର୍ବରୁ ମୋହନ ସରକାରଙ୍କ ନିଷ୍ପତ୍ତି ସମସ୍ତ ବିଜୁ ପ୍ରେମୀଙ୍କୁ ଦେଇଛି ଶକ୍ତ ଝଟକା । ଚାରିଆଡେ ଏବେ ବିଜୁ ବାବୁଙ୍କୁ ବିଜେପିର ଅପମାନକୁ ନେଇ ମାହୋଲ ସରଗରମ ରହିଛି । ବିଭିନ୍ନ ସ୍ଥାନରେ ଏହି ପ୍ରସଙ୍ଗକୁ ନେଇ ପ୍ରତିବାଦ କରାଯାଉଛି । ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନହେବା ଏବଂ ପଞ୍ଚାୟତିରାଜ ଦିବସର ତାରିଖ ଘୁଞ୍ଚାଇବାକୁ ପ୍ରତିବାଦ କରି ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । କେଉଁଠି ଟାୟାର ଜଳାଯାଉଛି ତ ଆଉ କେଉଁଠି ରାସ୍ତାଘାଟରେ ବିରୋଧ କରାଯାଉଛି । ତେବେ ବାଲେଶ୍ୱର ଜିଲ୍ଲାରେ ଏକାଠି ହୋଇଛନ୍ତି ବିଜେଡିର ଶହ ଶହ କର୍ମୀ । ବିଜେଡିର ପାୱାରଫୁଲ ନେତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଶାଳ ଗଣବିକ୍ଷୋଭ କରି ମୋହନ ସରକାରଙ୍କୁ ପ୍ରତିବାଦ କରାଯାଇଛି । କେବଳ ବାଲେଶ୍ୱର କି ଭୁବନେଶ୍ୱର ନୁହେଁ ବରଂ ପ୍ରତି ଟି ଜିଲ୍ଲାରେ ବିଜେପିର ସମର୍ଥକମାନେ ପ୍ରତିବାଦ କରୁଛନ୍ତି । ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଆଣନ୍ତୁ ନଚେତ ଏହି ଆନ୍ଦୋଳନ ତ୍ରୀବତର ହେବା ନେଇ ବିଜେଡି କର୍ମୀ ଚେତାବେନୀ ଦେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ଦୀର୍ଘ ଦିନ ପରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ଟିଭ ଦେଖିବାକୁ ମିଳିଛି । ବିଜେପିର ମହିଳା ନେତ୍ରୀ ଭାବେ ବେଶ ଆଗରେ ଏବଂ ଲୋକପ୍ରିୟ ନେତ୍ରୀ ହେଉଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ସରକାରଙ୍କୁ ଶାଣିତ ଆକ୍ରମଣ କରିବାରେ ଲେଖାଶ୍ରୀଙ୍କ ସ୍ୱର ବିଜେଡି ପାଇଁ ଅମୋଘ ଅସ୍ତ୍ର ସାଜିଛି । ତେବେ ଲୋକସଭା ନହେଲା ନାହିଁ ତୃଣମୂଳ ସ୍ତରରୁ ବିଜେଡିକୁ କିପରି ସଙ୍ଗଠିତ ହୋଇ ରହିବ ଏବଂ ବିଜେପି ସରକାରଙ୍କ ଦୋଷ ଦୁର୍ବଳତା ଲୋକଲୋଚନକୁ ଆସି ପାରିବ ସେ ନେଇ ଲେଖାଶ୍ରୀ ଆରମ୍ଭ କରିଦେଇଛନ୍ତି ଅଙ୍କକଶା । ନବୀନଙ୍କ ନିର୍ଦ୍ଦେଶରେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ହଜାର ହଜାର କର୍ମୀ । ତେବେ ବିଜୁ ବାବୁଙ୍କୁ ଅପମାନ ଏବେ ମୋହନ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଗାମୀ ଦିନରେ ଏହି ଆନ୍ଦୋଳନ କେତେ ତୀବ୍ରତର ହେଉଛି ଏବଂ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।