ନବୀନଙ୍କ ଗଡରେ ପଶିଲେ, ବାଇକରେ ବୁଲିଲେ ପ୍ରଦୀପ !

ନବୀନଙ୍କ ଗଡରେ ପଶିଲେ, ବାଇକରେ ବୁଲିଲେ ପ୍ରଦୀପ !

ଘର ସଜାଡୁଛନ୍ତି ନବୀନ, ଏପଟେ ନିଜ ନିର୍ବାଚନ ମଣ୍ଡଳୀ ଛାଡି ହିଞ୍ଜିଳିରେ ବାଇକରେ ବୁଲୁଛନ୍ତି ପ୍ରଦୀପ । ହଁ ଆଜ୍ଞା, ପୁଣି ରାଜନୀତିରେ ଫୁଲ ଆକ୍ଟିଭ ହେଲେଣି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଆଗରୁ ନୀରବ ରହୁଥିବା ପ୍ରଦୀପ ଏବେ ଫୁଲ ଜୋସକୁ ଆସୁଥିବା ଦେଖିବାକୁ ମିଳୁଛି । କେତେବେଳେ ବାଇକରେ ବୁଲି ବୁଲି ଲୋକସମ୍ପର୍କ ବଢାଉଛନ୍ତି ତ ଆଉ କେତେବେଳେ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଲୋକଙ୍କ ସୁଖଦୁଖରେ ଛିଡା ହେଉଥିବାର ଦେଖିବାକୁ ମିଳୁଛିା ତେବେ ନିକଟରେ ପ୍ରଦୀପ ନିଜ ନିର୍ବାଚନ ମଣ୍ଡଳୀ ଛାଡି ହିଞ୍ଜିଳିରେ ଏକ ବାଇକ ରାଲି କରୁଥିବା ଦେଖିବାକୁ ମିଳିଥିଲା । କିଛି ଯୁବ ନେତାଙ୍କ ସହ ମିଶି ପ୍ରଦୀପ ବାଇକରେ ବସି କିଛି ଅଞ୍ଚଳ ବୁଲୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ପ୍ରଦୀପଙ୍କ ଏହି ଭିଡିଓକୁ ନେଇ ପ୍ରଦୀପ ନବୀନଙ୍କ ଗଡ ଉପରେ ଆଖି ରଖିଥିବା ନାନା ଚର୍ଚ୍ଚା ମଧ୍ୟ ଚାଲିଛି ।

ଅନ୍ୟପଟେ , କିଛି ଦିନ ପୂର୍ବରୁ ପ୍ରଦୀପ ଚାଷୀମାନଙ୍କ ସହ ନଜର ଆସିଥିଲେ । ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଭେଟି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ଏବଂ ଚାଷୀଙ୍କ ସୁବିଧା ପାଇଁ ଜଳ ପ୍ରକଳ୍ପ କରିବା ନିମନ୍ତେ ଅନ ଦ ସ୍ପଟ ଅଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ପ୍ରଦୀପଙ୍କ ଏହି କାମକୁ ପ୍ରଶଂସା ମଧ୍ୟ କରାଯାଇଥିଲ।। ତେବେ କେବଳ ଏତିକି ନୁହେଁ, ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ଅନ୍ୟ ନେତାମାନେ ଭୁଲି ଯାଇଥିବା ବେଳେ ପ୍ରଦୀପ କିନ୍ତୁ ନିଜ ପ୍ରତିଶୃତିକୁ ମନେ ରଖିଛନ୍ତି । ଏବଂ ସେ ସବୁକୁ ପୂରଣ କରୁଛନ୍ତି । ଆଉ ଏଥିରୁ ପ୍ରଦୀପ ପୁଣି ନିଜ ଫର୍ମକୁ ଫେରୁଥିବା ଚର୍ଚ୍ଚା ଚାଲିଛି । ତେବେ ନିର୍ବାଚନ ପରେ ପ୍ରଦୀପ ରାଜନୀତିରେ ଅଛନ୍ତି ନା ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । କାହିଁକି ନା ପ୍ରଦୀପ ବିଜେପିରେ ଥାଇ ବି ନଥିଲା ପରି ମନେ ହେଉଥିଲା , ଏପରିକି ଲୋକସଭାରେ ମଧ୍ୟ ସେ ସେତେଟା ସକ୍ରିୟ ଥିବା ଦେଖିବାକୁ ମିଳିନଥିଲା । କୌଣସି ପ୍ରସଙ୍ଗରେ ନା ସେ ମୁହଁ ଖୋଲୁଥିଲେ ନା ବୟାନ ବାଜି କରୁଥିଲେ । କିନ୍ତୁ ଏବେ ସେ ନିଜ ପୁରୁଣା ଫର୍ମକୁ ଫେରୁଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *