ନବୀନଙ୍କ ଗଡରେ ମୋହନଙ୍କ ବଡ ଘୋଷଣା !

ନବୀନଙ୍କ ଗଡରେ ମୋହନଙ୍କ ବଡ ଘୋଷଣା !

ପୁଣି ମିଛ ଆଶା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗଡରେ ପଶି କରିଛନ୍ତି ଏକ ବଡ ଘୋଷଣା । ଗଞ୍ଜାମ ଗସ୍ତରେ ଥିବା ବେଳେ ଗଞ୍ଜାମ ପାଇଁ ହାତ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମକୁ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବା ନେଇ ଘୋଷଣା କରିଛନ୍ତି । ଏପରିକି ଗଞ୍ଜାମ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବା ନେଇ ଘୋଷଣା କରିଛନ୍ତି । ଅଞ୍ଚଳବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ଘୋଷଣା ବି ମିଛ ହେବ ବୋଲି ବିରୋଧୀଙ୍କ ମହଲରେ ଆଲୋଚନା ଚାଲିଛି ।

କାରଣ ସରକାରକୁ ଆସିବା ପରଠାରୁ ବିଜେପି ଖାସ କରି ମୁଖ୍ୟମନ୍ତ୍ରୀ ପ୍ରତି ସଭାରେ ଓଡିଶାକୁ କୋଟି କୋଟି ଟଙ୍କାର ଶିଳ୍ପ ଆସୁଥିବା ଘୋଷଣା କରିଛନ୍ତିା ଶିଳ୍ପ ଆସିବା ଦ୍ୱାରା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଥିବା ମଧ୍ୟ ବୟାନ ଦେଉଛନ୍ତି । କିନ୍ତୁ ବାସ୍ତବରେ ସ୍ଥିତି ଓଲଟା । କୋଟି କୋଟି ଟଙ୍କା ନିବେଶ ହେବା ପରେ ବି ନା ଓଡିଶାର ବିକାଶ ହେଉଥିବା ନଜର ଆସୁଛି ନା ବେକାରୀ ସମସ୍ୟା ଦୂର ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବନ୍ଦ ହେଉନି । ତେବେ କେବଳ ଯେ, ଶିଳ୍ପ କ୍ଷେତ୍ରରେ ବିକାଶ ହେଉନି ତାହା ନୁହେଁ । ବଜେଟରେ ମଧ୍ୟ ବିଭିନ୍ନ ଯୋଜନାକୁ ନେଇ କୋଟି କୋଟି ଟଙ୍କା ଅଧିକ ବ୍ୟବବରାଦ ହେଉଛି । କିନ୍ତୁ ଏବେ ବି ଅନେକ ଯୋଜନା ଏବଂ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି । କେଉଁଠି ରାସ୍ତାରୁ ପିଚୁ ହାତରେ ଉଠିଯାଉଛି ତ ଆଉ କେଉଁଠି ପାଣି ଟୋପେ ପିଇବା ପାଇଁ ଲୋକେ ବିଡିଓ ଅଫିସ ଭିତରେ ନାରା ଦେଉଥିବା ଦେଖିବାକୁ ମିଳୁଛି । ଆଉ ଏଥିରୁ ମୋହନ ସରକାରରେ ଓଡିଶାର ବିକାଶ କେତେ ଦ୍ରୁତ ଗତିରେ ଚାଲିଛି ତାହା ସ୍ପଷ୍ଟ ପ୍ରମାଣିତ ହେଉଛିା ଆଉଏଥିରୁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା ମିଛ ବୋଲି ପ୍ରମାଣିତ ହେବା ନେଇ ଆଶଙ୍କା କରାଯାଉଛି ।

ତେବେ ନିକଟରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ ଶିକ୍ଷାକ୍ଷେତ୍ରରେ ବିକାଶ ହେବା ନେଇ କହିବା ସହ ଗଞ୍ଜାମ ଜିଲ୍ଲାକୁ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ ଆସିବା ନେଇ କହିବା ସହ ଏଥିରେ ୫୦ ହଜାର ଯୁବକ ଯୁବତୀ ଉପକୃତ ହେବା ନେଇ ବୟାନ ଦେଇଥିଲେ । ତେବେ ଦେଖାଯାଉ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବିକାଶ କେତେ ଦ୍ରୁତ ଗତିରେ ଚାଲୁଛି ଏବଂ ବେକାରୀ ସମସ୍ୟା ଦୂର ହେଉଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *