ନବୀନଙ୍କ ଗସ୍ତ ସମୟରେ ଅବ୍ୟବସ୍ଥା…

ନବୀନଙ୍କ ଗସ୍ତ ସମୟରେ ଅବ୍ୟବସ୍ଥା…

ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ହୋଇଥିବା ବେଳେ, ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ଓ ସ୍ଥିତି ସମୀକ୍ଷା ପାଇଁ ବିଭିନ୍ନ ଜିଲ୍ଲା ବୁଲୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ସତ୍ୟବାଦୀ ଗସ୍ତ ବେଳେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବ୍ୟାରିକେଡ ଭାଙ୍ଗି ପଶିଆସିଲେ ଲୋକେ । ନବୀନଙ୍କ ହେଲିକେପ୍ଟର ଉଡାଣରେ ମଧ୍ୟ ବିଳମ୍ୱ ଘଟିଥିଲା । ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ମଧ୍ୟ ଲାଗିପଡିଥିଲେ । ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରି ଚାଷୀଙ୍କ ଦୁଃଖ ପଚାରି ବୁଝିଥିଲେ । ନବୀନଙ୍କୁ ସମସ୍ୟା ଜଣାଇବା ପାଇଁ ହଜାର ହଜାର ଲୋକ ଧାଇଁ ଆସିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *