ଦିନକୁ ଦିନ ବିଜେଡିରେ ବଢୁଛି ମନ୍ମଥଙ୍କ ପତିଆରା । ନବୀନଙ୍କ ଗୁଡବୁକରେ ଆଗରେ ରହିଛନ୍ତି ମନ୍ମଥ ରାଉତରାୟ । ହଁ ଆଜ୍ଞା , ଏଭଳି କିଛି ଚର୍ଚ୍ଚା ଏବେ ମନ୍ମଥ ରାଉତରାୟଙ୍କୁ ନେଇ ଚାଲିଛି । କାରଣ ଯେବେଠାରୁ ସେ ବିଜେଡିକୁ ଆସିଛନ୍ତି ସେବେଠାରୁ ସେ ନବୀନଙ୍କ ପ୍ରିୟ ହେବା ସହ ବିଜେଡି ନେତାଙ୍କ ପ୍ରିୟ ରହିଆସିଛନ୍ତି । ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିବା ସହ ନବୀନଙ୍କ ପାଖେ ପାଖେ ରହିଥିବା ଦେଖିବାକୁ ମିଳିଛି । ଏପରିକି ଦଳୀୟ ନେତା ମନ୍ମଥଙ୍କୁ ସପୋର୍ଟ କରିବା ସହ ମନ୍ମଥଙ୍କୁ ସମୟ ସମୟରେ ନବୀନ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ସହ ତାଙ୍କୁ ରାଜନୀତିରେ ଫୁଲ୍ ଆକ୍ଟିଭ ରଖିଥାନ୍ତି । ଆଉ ଏଥିରୁ ହିଁ ନବୀନଙ୍କ ଗୁଡବୁକରେ ମନ୍ମଥ ରାଉତରାୟ ଆଗରେ ରହିଥିବା ଆଲୋଚନା କରାଯାଉଛି । ପୂବରୁ ମଧ୍ୟ ମନ୍ମଥ ବିଜେଡିକୁ ଆସୁ ଆସୁ ତାଙ୍କୁ ଲୋକସଭା ପ୍ରାର୍ଥୀ କରି ବିଜେଡି ଏହା ପ୍ରମାଣିତ କରିଛି । ଆଉ ଏବେ ତାଙ୍କୁ ଦଳ ପକ୍ଷରୁ ଆଗକୁ ଆଣିବା ସହ ଲୋକଙ୍କର ପ୍ରିୟଭାଜନ ହୋଇ ରହିବା ପାଇଁ ଏବଂ ମନ୍ମଥଙ୍କର ଏକ ନିଜସ୍ୱ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ବିଜେଡି ଚେଷ୍ଟା ଚଳାଇଛି । ତେବେ କିଛି ଦିନ ତଳେ ମନ୍ମଥ ତାଙ୍କ ଜନ୍ମଦିନ କୁଆଡେ ନବୀନଙ୍କ କହିବା ଅନୁସାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ମାଣ୍ଡିପଙ୍କା ଗାଁକୁ ଯାଇ ପାଳନ କରିଥିଲେ । ନିଜ ଜନ୍ମଦିନରେ ଅଯଥା ଖର୍ଚ୍ଚ ଏବଂ ସମୟ ନଷ୍ଟ ନକରି ସେ କନ୍ଧମାଳ ଜିଲ୍ଲା ବ୍ରହ୍ମଣୀଗ୍ରାମ ମାଣ୍ଡିପଙ୍କା ଗ୍ରାମରେ ପୁରା ଦିନ ବିତାଇଥିଲେ । ସେଠାରେ ପହଞ୍ଚି ପ୍ରକୃତ ଘଟଣା ଜାଣିବା ସହ ସେମାନଙ୍କୁ ନିଜ ଆଡୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇଥିଲେ । ଯାହାକୁ ସାଧାରଣରେ ଖୁବ୍ ପସନ୍ଦ କରାଯାଉଥିଲା । ଆଉ ଏଥିରୁ ହିଁ ତାଙ୍କ ଲୋକପ୍ରିୟତା ବଢିଥିବା ଏବଂ ଏହା ପଛରେ ନବୀନଙ୍କ ହାତ ଥିବା କୁହାଯାଉଛି । କିନ୍ତୁ ଏସବୁକୁ ଦେଖିଲେ ଶ୍ରୀମୟୀ ମିଶ୍ର ଟିକେ ପଛରେ ପଡିଯାଉଛନ୍ତି । ପୂର୍ବରୁ ଶ୍ରୀମୟୀ ନବୀନଙ୍କ ପାଖେ ପାଖେ ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ । କିନ୍ତୁ ଏବେ ସେ ମଝିରେ ମଝିରେ ଦଳରେ ଇନଆକ୍ଟିଭ ରହୁଛନ୍ତି । ଏବଂ ତାଙ୍କ ସ୍ଥାନରେ ମନ୍ମଥ ହାଇଲାଇଟ ହେଉଛନ୍ତି । ଯେଉଁଥିରୁ ବିଜେଡିରେ ମନ୍ମଥଙ୍କ ଗୁରୁତ୍ୱ ବଢୁଥିବା ଚର୍ଚ୍ଚା ହେଉଛି । ତେବେ ଶ୍ରୀମୟୀ ଇନଆକ୍ଟିଭ ରହିଲେ ମଧ୍ୟ ତାଙ୍କର ଭୋଟ ବ୍ୟାଙ୍କ ଷ୍ଟ୍ରଙ୍ଗ ରହିବା ସହ ସାଧାରଣରେ ଆଜିବି ତାଙ୍କୁ ବେଶ୍ ପସନ୍ଦ କରାଯାଉଛି ସେଥିରେ କୌଣସି ସନ୍ଦେହ ନାହିଁ ।

You can share this post!
author