ନବୀନଙ୍କ ଗୁଡବୁକରେ ଏମାନେ…

ନବୀନଙ୍କ ଗୁଡବୁକରେ ଏମାନେ…

ସରିଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ନୂଆ ଟିମ୍ ଗଠନ କରିଛନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ଦଳର ମହିଳା ସଭାନେତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ନେଇପାରୁନାହାନ୍ତି ଶଙ୍ଖପତି । ଦଳର ଅଧିକାଂଶ ନେତାଙ୍କୁ ନବୀନ ଥଇଥାନ କରିଥିବା ବେଳେ ଦଳର ନାରୀନେତ୍ରୀ ମାନେ କିନ୍ତୁ ପଛରେ ପଡିଯାଇଛନ୍ତି । ମହିଳା ସଭାନେତ୍ରୀ ଲିଷ୍ଟରେ ଅନେକ ଆଗଧାଡିର ନେତ୍ରୀଙ୍କ ନାଁ ସାମିଲ ଥିବା ବେଳେ କାହାକୁ ନବୀନ ମୁକୁଟ ପିନ୍ଧାଇବେ ତାକୁ ନେଇ କନଫ୍ୟୁଜନ ସୃଷ୍ଟି ହୋଇଛି ।

ତେବେ ଏହି ଲିଷ୍ଟରେ ଅନେକ ଅଭିଜ୍ଞ ନାରୀନେତ୍ରୀ ସାମିଲ ଅଛନ୍ତି । ଏକାଧିକ ବାର ନିର୍ବାଚନରେ ଜିତି ନବୀନଙ୍କ ଗୁଡବୁକରେ ଏମାନେ ନିଜକୁ ସ୍ଥାନିତ କରିଛନ୍ତି । ସେମାନଙ୍କ ମଧ୍ୟରେ ସ୍ନେହାଙ୍ଗିନୀ ଛୁରିଆ, ପ୍ରମିଳା ମଲ୍ଲିକ, ସୁଲତା ଦେଓ, ଟୁକୁନି ସାହୁ , ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀଙ୍କ ଭଳି ନେତ୍ରୀ ସାମିଲ ଅଛନ୍ତି । ତେବେ ବର୍ତମାନ ଦଳର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଅତାବିରାରୁ ଏକାଧିକ ଥର ବିଧାୟିକା ରହିବା ସହ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ରହିଥିଲେ ସ୍ନେହାଙ୍ଗିନୀ । ପଶ୍ଚିମ ଓଡ଼ିଆର ଜଣାଶୁଣା ଚେହେରା ସହ ସଙ୍ଗଠନକୁ ଆଗକୁ ନେବାରେ ବେଶ୍ ଦକ୍ଷତା ବି ରହିଛି।

ସେହିପରି ବିଜେଡି ନେତ୍ରୀ ଟୁକୁନି ସାହୁ ଟିଟିଲାଗଡରୁ ଏକାଧିକ ବାର ବିଧାୟିକା ରହିବା ସହ ନବୀନ ସରକାରରର ଶେଷ ପାଳିରେ ମନ୍ତ୍ରୀ ଥିଲେ। ଏବେ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ବି ରହିଛନ୍ତି।

ସେହିପରି ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଜିଲ୍ଲାର ନେତ୍ରୀ ଦଳରେ ବିଧାୟକ ସହ ଲୋକସଭା ସାଂସଦ ରହିଆସିଛନ୍ତି। ରାଜନୈତିକ ଅଭିଜ୍ଞତା ଢେର ରହିଛି। ଶୃଙ୍ଖଳା କମିଟିରେ ବି ଅଛନ୍ତି। ତେଣୁ ଉପକୂଳବର୍ତ୍ତୀ ଜିଲ୍ଲାରେ ସଙ୍ଗଠନକୁ ଆଗକୁ ନେବାରେ ରାଜଶ୍ରୀଙ୍କର ପ୍ରମୁଖ ଭୂମିକା ରହିପାରେ ବୋଲି ସେଥିରେ ସନ୍ଦେହ ନାହିଁ ।

ଅନ୍ୟପଟେ ବର୍ତମାନର ବିଧାୟିକା ପ୍ରମିଳା ମଲ୍ଲିକ ମଧ୍ୟ ନବୀନଙ୍କ ଗୁଡବୁକରେ ରହିଆସିଛନ୍ତି । ପ୍ରମୀଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ ସହ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ । ଦଳର ବିଧାୟକ ସହ ଏକାଧିକ ଥର ମନ୍ତ୍ରୀ ଭାବରେ କାର‌୍ୟ୍ୟ କରିଛନ୍ତି। ପୂର୍ବରୁ ମହିଳା ସଭାନେତ୍ରୀ ଥିଲେ। ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବରେ ବେଶ୍ ପରିଚିତ ପ୍ରମୀଳା ।

ଏମାନଙ୍କ ସହ ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ପୂବତନ ସାଂସଦ ଶର୍ମିଷ୍ଠା ସେଠୀ ମଧ୍ୟ ମହିଳା ସଭାନେତ୍ରୀ ରେସରେ ସାମିଲ ଅଛନ୍ତି । ତେଣୁ ଏହି ଚର୍ଚ୍ଚିତ ଚେହେରାଗୁଡିକ ଭିତରୁ ନବୀନ କାହା ମୁଣ୍ଡରେ ସୁନାକଳସ ଢାଳିବେ ତାକୁ ନେଇ ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *