ନବୀନଙ୍କ ଗୋଟିଏ ଡାକରାରେ ଆସିଲେ ହେଲେ ମୋହନଙ୍କ ସଭାକୁ କେହି ଆସିଲେନି !

ନବୀନଙ୍କ ଗୋଟିଏ ଡାକରାରେ ଆସିଲେ ହେଲେ ମୋହନଙ୍କ ସଭାକୁ କେହି ଆସିଲେନି !

ସାଧାରଣ ଲୋକଙ୍କ ସହ ବିଜେପି ଠାରୁ ଆଶା ହରାଇଲେଣି କି ଛାତ୍ରଛାତ୍ରୀ ? କାହିଁକି ବିଜେପି ସଭାରେ ସାମିଲ ହେଲେନି ଛାତ୍ରଛାତ୍ରୀ । ହଁ ଆଜ୍ଞା, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା ଗୁଡିକରେ ଖାଲି ଚେୟାର ପଡୁଥିବା ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । କେତେବେଳେ ବାଲିଯାତ୍ରା ତ ଆଉ କେତେବେଳେ ସାଧାରଣ କାର୍ଯ୍ୟକ୍ରମ । ଖୋଦ ମୁଖ୍ୟମନ୍ତ୍ରୀ ଷ୍ଟେଜ ଉପରେ ଉପସ୍ଥିତ ଥିବା ବେଳେ ଏବଂ ଭାଷଣ ଦେବା ସମୟରେ ମଧ୍ୟ ଅଧିକାଂଶ ଚେୟାର ଖାଲି ପଡୁଛି । ଏପରିକି ଯେଉଁମାନେ ଉପସ୍ଥିତ ରହୁଛନ୍ତି ସେମାନେ ନିଜ ନିଜ ଫୋନ ଟିପୁଥିବା ଦେଖିବାକୁ ମିଳୁଛି । ତେବେ କେବଳ ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସଭାରେ ଖାଲି ଚେୟାର ପଡୁଛି ତାହା ନୁହେଁ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତ ସମୟରେ କିଛି କାର୍ଯ୍ୟକ୍ରମରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଆଉ ଏବେ ତ ଛାତ୍ରଛାତ୍ରୀମାନେ ମଧ୍ୟ ବିଜେପି ସରକାରଠୁ ମୁହଁ ମୋଡୁଥିବା କୁହାଯାଉଛି । ତେବେ ଥରେ ନଜର ପକାନ୍ତୁ ଏହି ଖାଲି ଚେୟାର ପଡିଥିବା ଦୃଶ୍ୟ ଉପରେ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଅଟୋନୋମସ୍ କଲେଜର । ମହାକାଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟମନ୍ତ୍ରୀଙ୍କ ଏକ ସଭାର କାର୍ଯ୍ୟକ୍ରମ କଲେଜ ପରିସରରେ ଆୟୋଜନ କରିଥିଲେ । ହେଲେ ପୂର୍ବ ସଭା ପରି ଏଠାରେ ମଧ୍ୟ ଖାଲି ଚେୟାର ପଡିରହିଲା । କାଁ ଭାଁ କେଉଁଠି କେବଳ ବିଜେପି ନେତାମାନେ ହି ଁ ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଛିା କିନ୍ତୁ କଲେଜର ଛାତ୍ରାଛାତ୍ରୀଙ୍କ ଦେଖାମିଳିଲାନି । ତେବେ ଏ ଭିଡିଓ ମଧ୍ୟ ସେହି କଲେଜର ଜଣେ ଛାତ୍ର ହିଁ କରିଥିବା ଜଣାପଡିଛି ।

ଅନ୍ୟପଟେ ଦେଖିବାକୁ ଗଲେ, ବିଜେଡି ସଭାରେ ଛାତ୍ରଛାତ୍ରୀଙ୍କ ବେଶ ସମାଗମ ଦେଖିବାକୁ ମିଳୁଛି । ଯୁବ ଛାତ୍ରମାନେ ବିଜେଡି ପାଇଁ ଅଣ୍ଟା ଭିଡୁଛନ୍ତି । ଏପରିକି ସେମାନଙ୍କ ଆଗାମୀ ରାଜନୀତିକ ଭବିଷ୍ୟତ ପାଇଁ ଏବେ ଠୁ ହିଁ ବିଜେଡି ମୂଳଦୁଆ ମଜବୁତ କରୁଛି । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ପ୍ରୋତ୍ସାହିତ କରୁଛି । ଯୁବ ଛାତ୍ରମାନେ ମଧ୍ୟ ବେଶ୍ ସକ୍ରିୟ ରହୁଛନ୍ତି । ଏପରିକି ରାଜ୍ୟରେ ଓଡିଶା କଂଗ୍ରେସର ସ୍ଥିତି ଟଳମଳ ଥିବା ବେଳେ ଛାତ୍ର କଂଗ୍ରେସ କିନ୍ତୁ ବେଶ୍ ସକ୍ରିୟ ରହିଛନ୍ତି । କିନ୍ତୁ ଏସବୁକୁ ଦେଖିଲେ ବିଜେପି ପଛରେ ପଡିଯାଉଛି । ବିଜେପିକୁ ଯୁବଗୋଷ୍ଠୀ ଏତେଟା ପସନ୍ଦ କରୁନଥିବା ଏହି ଦୃଶ୍ୟକୁ ଦେଖିଲେ ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ଆଗକୁ କଲେଜ କ୍ୟାମ୍ପସ ଗୁଡିକରେ ନିର୍ବାଚନ ଥିବା ବେଳେ କାହାକୁ ଛାତ୍ରଛାତ୍ରୀମାନେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *