ନବୀନଙ୍କ ଗୋଟେ ଚିଠିରେ ଥରହର ଛତିଶଗଡ଼ .କିଛି କରିପାରିଲେନି ମୋହନ .ତେବେ କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତବାରେ ଭୋଟ ପୂର୍ବଦିନ ରାତିରେ କିର୍ମିରା ବ୍ଲକର ସରପଂଚ ଓ ସମିତି ସଭ୍ୟାଙ୍କ ସହ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କୈାଣସି କାରଣରୁ ଅଟକ ରଖିଥିଲା ପୋଲିସ . ଏନେଇ ବିଶାଳ ମଧ୍ୟ ଭିଡ଼ିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ତାଙ୍କୁ ମୁକୁଳାଇବାକୁ ନିବେଦନ କରିଥିଲେ . ପରେ ଏସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ .
ଯେଉଁଥିରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଅନ୍ୟ ମେମ୍ବରଙ୍କୁ ତୁରନ୍ତ ଛାଡ଼ିବାକୁ ଚିଠିରେ ଉଲ୍ଲେଖ ରହିଥିଲା .ସେମାନଙ୍କୁ ତୁରନ୍ତ ଛାଡ଼ିବା ସହ ଓଡିଶା ଆସିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିଷ୍ଣୁଦେଓ ସାଏଙ୍କୁ ପତ୍ର ଲେଖିଛନ୍ତି ନବୀନ ପଟ୍ଟନାୟକ . ପରେ ବିଶାଳଙ୍କ ସହ ସମସ୍ତଙ୍କୁ ଥାନାରୁ ମୁକୁଳାଇଥିଲା ପୋଲିସ .ତେବେ ସେହିଦିନ ସକାଳେ ଝାରସୁଗୁଡ଼ା ଜିଲ୍ଲା କିର୍ମିରାରେ ସେମାନେ ଅନସ୍ଥା ପ୍ରସ୍ତାବରେ ଭାଗ ନେବାର ଥିଲା .କିନ୍ତୁ ରାତିରୁ ସେମାନ ଅଟକ ଥିବାରୁ ପ୍ରସ୍ତବାରେ ଭାଗ ନେଇ ପାରିନଥିଲେ .
ଏପରି ଘଟଣାକୁ ଡାର୍ଟି ପଲିଟିକ୍ସ କହିଥିଲେ ପୂର୍ବତନ ବିଧାୟିକା ଦିପାଳୀ ଦାସ .ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ସେ କହିଥିଲେ .ତେବେ ସମିତି ସଭ୍ୟ ଓ ସରପଂଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ .ରାତି ତାଙ୍କୁ ବି ଅଟକ ରଖିଥିଲେ ପୋଲିସ . ସେପଟେ କିରିମିରାରେ ବ୍ଲକ ଅଧକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ରହିଛି . ସମିତି ସଭ୍ୟମାନେ ଭୋଟ ଦେଇ ନପାରିଲେ ଏଥିପାଇଁ ପୋଲିସ ଦାୟୀ ରହିବ ବୋଲି କୁହାଯାଉଛି .